cyclone yaas Update: ୨୬ ତାରିଖ ସକାଳେ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ବାତ୍ୟା ୟଶ

ବାତ୍ୟାରେ ପରିଣତ ହେବାପରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୬ ତାରିଖ ସକାଳେ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ପହଂଚିବ ବୋଲି ଆକଳନ କରିଛି ଆଇଏମଡି ।

ଭୁବନେଶ୍ବର: ଉତ୍ତର ଆଣ୍ଡମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦେଖା ଦେଇଥିବା ଲଘୁଚାପ କ୍ଷେତ୍ର ଧିରେଧିରେ ଳଘୁଚାପର ରୂପ ନେବାକୁ ଯାଉଛି । ଭାରତୀୟ ପାଣିପାଗ ଉଠାଇଥିବା ଚତ୍ର ଅନୁଯାଇ ବଙ୍ଗୋପସାଗର ଉପରେ ଏକାଠି ହେଉଛି ମେଘଖଣ୍ଡ । ଏହା ଲଘୁଚାପ ସୃଷ୍ଟିରେ ବିଶେଷ ସହାୟକ ହେବ ।

cyclone yaas Update

ତେବେ ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ ବୋଲି ମଡେଲ ଗୁଡିକ ସଂକେତ ଦେଉଛି । ଭାରତୀୟ ପାଣିପାଗ ବିଭାଗର ତାଜା ବୁଲେଟିନ୍ ଅନୁଯାଇ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆରବ ସାଗରରେ ୨୨ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ । ୨୪ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି କୁହାଯାଇଛି । ବାତ୍ୟାରେ ପରିଣତ ହେବାପରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୬ ତାରିଖ ସକାଳେ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ପହଂଚିବ ବୋଲି ଆକଳନ କରିଛି ଆଇଏମଡି ।

ଏପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ୨୬ ତାରିଖରେ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟରେ ଯେକୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଇକ ଯୋଗେ ଲୋକଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ସଚେତନ କରାଯାଉଛି । ମତ୍ସ୍ୟଜୀବୀଙ୍କୁ ବି ଏ ବାବଦରେ ସତର୍କ କରାଯାଉଛି । ବିଭିନ୍ନ ବିଭାଗ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

ଆବଶ୍ୟକତା ଅନୁସାରେ ଓଡ୍ରାଫ, ଏନଡିଆରଏଫକୁ ମୁତୟନ କରିବାକୁ ବ୍ୟବସ୍ଥା କରାଯାଉଛି । ଏପଟେ ବାତ୍ୟାକୁ ନେଇ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବାକୁ ଟ୍ୱିଟ କରି ସତର୍କ କରାଇ ଦେଇଛି ସୂଚନା ଓ ଲୋକସଂପର୍କ ବିଭାଗ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି । ଭାରତୀୟ ପାଣିପାଗ ବିଭାଗ ଏନେଇ ସମୟୋଚିତ ସୂଚନା ଦେଉଛି । ତେଣ ଭୟଭିତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ନକରିବାକୁ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+