ମାଡି ଆସୁଛି ସମୁଦ୍ରିକ ଝଡ଼, ପାରାଦୀପଠୁ ୪୯୦ କିମି ଦୂରରେ ରହିଛି ବାତ୍ୟା ‘ୟଶ’
ପାରାଦୀପ ଠାରୁ ୪୯୦ କି.ମି ଦୂରରେ ଅଛି ବାତ୍ୟା ‘ୟଶ’ । ସେହିପରି ବାଲେଶ୍ୱର ଠାରୁ ୫୯୦ କି.ମି ଦୂରରେ ରହିଛି ବାତ୍ୟା ।
ଭୁବନେଶ୍ବର: ଧିରେ ଧିରେ ସ୍ଥଳ ଭାଗକୁ ମାଡି ଆସୁଛି ସାମୁଦ୍ରିକ ଝଡ଼ । ସମୁଦ୍ର ଓ ସ୍ଥଳଭାଗ ମଧ୍ୟରେ କମୁଛି ବ୍ୟବଧାନ । ପାରାଦୀପ ଠାରୁ ୪୯୦ କି.ମି ଦୂରରେ ଅଛି ବାତ୍ୟା 'ୟଶ' । ସେହିପରି ବାଲେଶ୍ୱର ଠାରୁ ୫୯୦ କି.ମି ଦୂରରେ ରହିଛି ବାତ୍ୟା ।

ତେବେ ସମୁଦ୍ର ଭିତରୁ ୭ କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା । ଯାହା ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ । ଆଉ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟାସ । ବାତ୍ୟାର ଗତି ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା 'ୟାସ୍' ସ୍ଥଳଭାଗକୁ ଛୁଇଁବ। ପାରାଦୀପ-ସାଗରଦ୍ୱୀପ ମଝିରେ ବାଲେଶ୍ୱର ପାଖାପାଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟଶ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ।
ବାତ୍ୟା ଲ୍ୟାଣ୍ଡଫଲ୍ ପୂର୍ବରୁ ଅର୍ଥାତ ୨୫ ତାରିଖରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାନା ରହିଛି।
୨୬ ତାରିଖରେ ବର୍ଷାର ପରିମାଣ ବଢ଼ିବ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି। ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖରେ ବର୍ଷାର ପରିମାଣ କମିଯିବ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି।
ସେପଟେ ଆଜି କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ପାଟକୁରା ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ସେହିଭଳି ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି । ତେବେ ଆଜି ଠାରୁ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରା ଆରମ୍ଭ ହେଲାଣି । ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତରଣ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications