ୟଶ ଟଳିଲା ନଦୀ ଚିନ୍ତା ଘାରିଲା : ବୈତରଣୀରେ ବନ୍ୟା ଆଶଙ୍କା

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ଏସଆରସି କହିଛନ୍ତି

ଭୁବନେଶ୍ୱର: ବାତ୍ୟା ୟଶ୍ ଓଡିଶାରେ ଅନେକ କ୍ଷୟକ୍ଷତି ଘଟାଇଛି। ଏହା ସହିତ ବିଭିନ୍ନ ଗାଁରେ ପାଣି ମଧ୍ୟ ପଶିଯାଇଛି। ବିଶେଷ କରି ବାଲେଶ୍ୱର ଏବଂ ଭଦ୍ରକରେ ବିଭିନ୍ନ ତଳିଆ ଅଞ୍ଚଳର ଲୋକ ମାନଙ୍କ ଘରେ ପାଣି ପଶିଥିବା ଜଣାଯାଇଛି। ପ୍ରବଳ ବର୍ଷା ହୋଇଥିବାରୁ ପ୍ରଭାବିତ ହୋଇଥିବା ଜିଲ୍ଲା ମାନଙ୍କରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସେହିପରି ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ଏସଆରସି କହିଛନ୍ତି।

ୟସ

ତେବେ ଖରାଦିନରେ ବନ୍ୟା ଆସିଥିବାରୁ ଏହାକୁ ନେଇ ବେଶି ବିପଦ ଆଶଙ୍କା କରାଯାଉ ନାହିଁ। ତେବେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି ଏବଂ ଆବଶ୍ୟକ ପଡିଲେ ଲୋକାମାନଙ୍କୁ ସ୍ଥାନାନ୍ତରଣ କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲୁଛି। ସେପଟେ ଆନନ୍ଦପୁର ଏବଂ ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ। ଚାନ୍ଦବାଲିରେ 427 ଏବଂ ରାଜନଗରରେ 420 ମିଲିମିଟର୍ ବର୍ଷା ହୋଇଛି। ଏହାସହିତ ବାତ୍ୟାରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+