ୟଶ ପାଇଁ ପାଞ୍ଚ ଆଇପିଏସଙ୍କୁ ଦାଇତ୍ୱ : ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ ରହିଲେ

ବାତ୍ୟା ୟଶ ପାଇଁ ପାଞ୍ଚ ଆଇଏଏସ ଅଫିସରଙ୍କ ପରେ ଏବେ ପାଞ୍ଚ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୟାସ, ବାତ୍ୟାର ରୂପ ନେଇସାରିଥିବାବେଳେ ଏହା 26 ତାରିଖ ବେଳକୁ ଓଡିଶା ଉପକୂଳରେ ପହଞ୍ଚିବ । ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା 5ଟି ଜିଲ୍ଲା ପାଇଁ 5 ଜଣ ଆଇପିଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ବାଲେଶ୍ୱର ପାଇଁ ଦିପ୍ତେଶ କୁମାର ପଟ୍ଟନାୟକ, ଭଦ୍ରକ ପାଇଁ ଅମିତେନ୍ଦ୍ର କୁମାର ସିଂ, ମୟୂରଭଞ୍ଜ ପାଇଁ ଅନିରୁଦ୍ଧ କୁମାର ସିଂ, ଜଗତସିଂହପୁର ପାଇଁ ଅମିତାଭ ଠାକୁର ଓ କେନ୍ଦ୍ରାପଡା ପାଇଁ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ବାତ୍ୟା

ଏଠାରେ ସୂଚନାଥାଉକି, ପୂର୍ବରୁ ବାତ୍ୟା ମୁକାବିଲା ନେଇ ପାଞ୍ଚ ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ 5ଜିଲ୍ଲାର ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଳ ଦେବ, ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଟଙ୍କୁ ସରକାର ଦାୟିତ୍ୱ ଦେଇଥିଲେ । ଏହି ଅଧିକାରୀମାନେ ଜନସାଧାରଣଙ୍କୁ ସ୍ଥାନାନ୍ତରଣ ଠାରୁ ଆରମ୍ଭ କରି ବାତ୍ୟା ପରବର୍ତ୍ତି ସ୍ଥିତିର ପୁନରୁଦ୍ଧାର ଦାଇତ୍ୱ ମଧ୍ୟ ତୁଲାଇବେ ବୋଲି ଏସଆରସି ପ୍ରଦୀପ୍ତ ଜେନା ପ୍ରେସ୍ ବିବୃତିରେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+