ନୀଳଗିରିରେ ବାତ୍ୟା ୟଶ ର ତାଣ୍ଡବ: ଭାଙ୍ଗିଲା ଘର, ଲୋକେ ଭୟଭୀତ

ବାତ୍ୟା ‘ୟାସ୍’ ପ୍ରଭାବରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳ ବେଶ୍ ପ୍ରଭାବିତ ହୋଇଛି । ବୁଧବାର ସକାଳୁ ବହୁ ଜୋରରେ ପବନ ବୋହିବା ସହ ଗଛ ଉପାଡିବା ସହ ଡାଳ ମଧ୍ୟ ଭାଙ୍ଗି ପଡିଛି ।

ବାଲେଶ୍ୱର: ବାତ୍ୟା 'ୟାସ୍' ପ୍ରଭାବରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳ ବେଶ୍ ପ୍ରଭାବିତ ହୋଇଛି । ବୁଧବାର ସକାଳୁ ବହୁ ଜୋରରେ ପବନ ବୋହିବା ସହ ଗଛ ଉପାଡିବା ସହ ଡାଳ ମଧ୍ୟ ଭାଙ୍ଗି ପଡିଛି । ଧନ ଜୀବନ ବଞ୍ଚାଇବାକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ମାଟି ଘରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପାଖାପାଖି ୧୪ ହଜାରରୁ ଅଧିକ ଲୋକଙ୍କୁ ଘରୁ ବାହାରକୁ ଅଣା ଯାଇଛି ।

Cyclone Yaas Effect on Baleswar Nilagiri

ନୀଳଗିରି ଅଯୋଧ୍ୟା ପଞ୍ଚାୟତ ଗୋପାଳପୁର ଗାଁରେ ଗୌରୀ ସିଂ ଙ୍କ ଘର ଭାଙ୍ଗିଯାଇଥିବା ଜଣା ପଡିଛି। ଘରଟି ସମୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସେପଟେ ଘର ଭୁସୁଡ଼ିଯିବା ଫଳରେ ପରିବାର ଲୋକେଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଯାଇଛି । ଲଗାତର ଭାବେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି ନୀଳଗିରିରେ ବିଭିନ୍ନ ଜାଗାରେ ରାସ୍ତାରେ ମଧ୍ୟ ଗଛ ପଡ଼ିଛି।

ଶେରଗଡରୁ ଉଦଳା ରାସ୍ତାରେ ଭାଲୁକାସୁଣୀ ଗଛପୋଡି ରାସ୍ତା ଅବରୋଧ ହୋଇଛି । ସେପଟେ କଚ୍ଚା ଘରେ ପ୍ରଶାସନ ମାଇକ ଯୋଗେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ବା ପକ୍କା ଘର ରହିବାକୁ ନିବେଦନ କରିଛନ୍ତି, ଏବଂ ଘରୁ ନ ବାହାରିବାକୁ ମଧ୍ୟ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+