ଓଡ଼ିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ : IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
ଓଡ଼ିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ କହିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଲ୍ୟାଣ୍ଡଫଲ୍ ବେଳେ ଭୀଷଣ ବାତ୍ୟା, ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ । ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ ବାତ୍ୟା । ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ାରେ ପ୍ରଭାବ ପଡ଼ିବ'। 'କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡ଼ିବ । ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କିମି ପବନ । ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ'
ସ୍ପଷ୍ଟ ହୋଇଛି ବାତ୍ୟା 'ମୋନ୍ଥା'ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ସାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ 'ମୋନ୍ଥା' ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି. ରହିବା ବେଳେ ଝଟକା ପବନ ୧୧୦ କିଲୋମିଟର ଯାଏ ବଢିପାରେ। ଘଣ୍ଟା ପ୍ରତି ୧୬ କି.ମି. ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି ବାତ୍ୟା। କାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବ । ଏହାସହ ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ରାତି ଭିତରେ ଆନ୍ଧ୍ର ଉପକୂଳକୁ ମାଡି ଆସିବ ବାତ୍ୟା। ମଛଲିପଟନମ ଓ କଳିଙ୍ଗପଟନମ ଭିତରେ କାକିନା ପାଖରେ ସାଇକ୍ଲୋନ ସ୍ଥଳଭାଗ ଅତିକ୍ରମ କରିବ।

ଏହି ସମୟରେ ବାତ୍ୟାକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ। ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଯିବ। ଦକ୍ଷିଣ ଓଡ଼ିଶା ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ଏହାର ପ୍ରଭାବ ପଡ଼ିବ । ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କି.ମି. ପବନ' ବହିବ।୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ ।.
ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଠାରୁ ସମୁଦ୍ର ଅଶାନ୍ତ ରହିଛି। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ବିଭାଗ ପକ୍ଷରୁ ଡ଼ାକ- ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରେ ପରିଣତ ହୋଇଛି ।
ଏହାର ପ୍ରଭାବରେ ଆଜି ଠାରୁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର କୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ନେହେରୁବଙ୍ଗଳା ମାଛଧରା ବନ୍ଦର, ଷଣ୍ଢକୁଦ ମତ୍ସ୍ୟଜୀବୀ ବସ୍ତି, ନୂଆ ବଜାର କଲୋନୀ, ଅଠରବାଙ୍କି ମାଛଧରା ବନ୍ଦର, ଚଉମୁହାଣୀ ମାଛଧରା ବନ୍ଦର ନିକଟରେ ମତ୍ସ୍ୟଜୀବୀମାନଙ୍କୁ ଗତକାଲି ସତର୍କ କରାଯାଇଥିବା ବେଳେ ଆଜି ମଧ୍ୟ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି ।
ତେବେ ଆଜି ସୁଦ୍ଧା ସମସ୍ତ ମତ୍ସ୍ୟଜିବୀ ଫେରି ଆସିଥିବା ବେଳେ ଧିରେ ଧିରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି।ବାଜି ଯନ୍ତ୍ର ସାହାଯ୍ୟରେ ନେହେରୁବଙ୍ଗଳା ମାଛଧରା ବନ୍ଦର, ଷଣ୍ଢକୁଦ ମତ୍ସ୍ୟଜୀବୀ ବସ୍ତି, ନୂଆ ବଜାର କଲୋନୀ, ଅଠରବାଙ୍କି ମାଛଧରା ବନ୍ଦର, ଚଉମୁହାଣୀ ମାଛଧରା ବନ୍ଦର ନିକଟରେ ମତ୍ସ୍ୟଜୀବୀ ମାନଙ୍କୁ ଗତକାଲି ସତର୍କ କରାଯାଇଥିବା ବେଳେ ଆଜି ମଧ୍ୟ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି । ତେବେ ଆଜି ସୁଦ୍ଧା ସମସ୍ତ ମତ୍ସ୍ୟଜିବୀ ଫେରି ଆସିଥିବା ବେଳେ ଧିରେ ଧିରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି ।












Click it and Unblock the Notifications