୨୮ ସନ୍ଧ୍ୟା ପରେ ଆନ୍ଧ୍ର କାକିନଡ଼ା ପାଖରେ ବାତ୍ୟା ଲ୍ୟାଣ୍ଡଫଲ୍
୨୮ ସନ୍ଧ୍ୟା ପରେ ଆନ୍ଧ୍ର କାକିନଡ଼ା ପାଖରେ ବାତ୍ୟା ଲ୍ୟାଣ୍ଡଫଲ୍। ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା। ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ଭିତରେ କାକିନଡ଼ାରେ ଲ୍ୟାଣ୍ଡଫଲ୍ । ଭୀଷଣ ବାତ୍ୟାର ରୂପ ନେଇ ଅତିକ୍ରମ କରିବ କହିଲେ ମନୋରମା ମହାନ୍ତି।
ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ ।

ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର । ମୁକାବିଲା ପାଇଁ ପୂରା ପ୍ରସ୍ତୁତ ସରକାର । ରାଜୀବ ଭବନରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଲିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । କେମିତି ବାତ୍ୟା ମୋନ୍ଥାକୁ ମୁକାବିଲା କରାଯିବ ସେନେଇ ଚାଲିଛି ମାନସମନ୍ଥନ । ଜରୁରୀକାଳୀନ ସାମଗ୍ରୀ ମହଜୁଦ ରଖାଯାଇଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଛି । ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ମାନେ ଭିସିରେ ଉପସ୍ଥିତ ରହିଛନ୍ତି । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ପାଇଁ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ସରକାର । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ପୂରା ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ବାତ୍ୟା ନେବ ଭୀଷଣ ବାତ୍ୟା ରୂପ । ୨୮ରେ ଭୀଷଣ ବାତ୍ୟା ନେଇ IMDର ଆକଳନ । ଆଇଏମଡି ଜାରି କଲା ବାତ୍ୟାର ନୂଆ ଟ୍ରାକ । ଘଣ୍ଟା ପ୍ରତି ଶହେ କିମି ବେଗରେ ବହିବ ପବନ । ଆସନ୍ତାକାଲି ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଉତ୍ତର ଆନ୍ଧ୍ର ଉପକୂଳକୁ ଷ୍ଟ୍ରାଇକ କରିବ ବୋଲି ଆକଳନ କରାଯାଉଛି। ଏହାରି ଭିତରେ ସ୍କୁଲ ଓ ଅଫିସ ଛୁଟିକୁ ନେଇ ବଡ଼ ଖବର ଆସିଛି । ଆସନ୍ତାକାଲି ସ୍ଥିତି ଦେଖି ଅଫିସରଙ୍କ ଛୁଟି ବାତିଲ ହେବା ନେଇ ନିଷ୍ପତ୍ତି ନିଆଯାଇପାରେ। ଏପରିକି ସ୍କୁଲ କଲେଜ ମଧ୍ୟ ଛୁଟି ହୋଇପାରେ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ଡି.କେ ସିଂ ସୂଚନା ଦେଇଛନ୍ତି । ଏନେଇ ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ବୈଠକ ଡକାଇଛନ୍ତି। ଲ୍ୟାଣ୍ଡ ସ୍ଲାଇଡ ଓ ଅର୍ବାନ ଫ୍ଲଡ ଉପରେ ସରକାରଙ୍କ ନଜର ରହିଛି। ଲୋକେ ସତର୍କ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ ବୋଲି ସରକାର କହିଛନ୍ତି ।
ଆହୁରି ମଧ୍ୟ ୨୮,୨୯ ଓ ୩୦ ତାରିଖ ଗୁରୁତ୍ବପୂର୍ଣ୍ଣ। ଏହି ଦିନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ,ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା,କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ ପ୍ରଭାବିତ ହେବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।
ଆନ୍ଧ୍ରକୁ ପବନ, ଓଡ଼ିଶାକୁ ବର୍ଷା। ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନେଲା ଅବପାତର ରୂପ। ଆସନ୍ତାକାଲି ହୋଇପାରେ ଗଭୀର ଅବପାତ। ଆହୁରି ଘନୀଭୁତ ହୋଇ ୨୭ରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଆନ୍ଧ୍ର ଉପକୂଳରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବାତ୍ୟାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୬ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ। ତାପରେ ବଳ ଗୋଟାଇ ଉପକୂଳ ମୁହାଁ ହେବ ବାତ୍ୟା। ୨୮ରେ ଏହା ଭୀଷଣ ବାତ୍ୟାର ରୂପ ନେଇପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିବା ନେଇ ଆକଳନ କରିଛି ଆଇଏମଡି। ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ବଢ଼ିଛି। ୨୭ରୁ ୨୯ ମଧ୍ୟରେ ମାଲକାନଗିରି, କୋରାପୁଟରେ ଅତି ପ୍ରବଳ ବର୍ଷା ଏବଂ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାଭିତରେ ଆଜି ୩ଟା ବେଳେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଆକଳନ କରିଛି ପାଣିପାଗ ବିଭାଗ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା












Click it and Unblock the Notifications