ଟଳୁଛି ବାତ୍ୟା ବିପଦ: ଓଡ଼ିଶା ଛୁଇଁବନି ବାତ୍ୟା 'ସିତ୍ରାଙ୍ଗ'
ଓଡ଼ିଶା ଛୁଇଁବନି ବାତ୍ୟା 'ସିତ୍ରାଙ୍ଗ' । ଓଡ଼ିଶା ଉପକୂଳରୁ କିଛି ଦୂରରେ ଘସି ହୋଇ ଚାଲିଯିବ । ବାତ୍ୟା ଏବେ ପଶ୍ଚିମବଙ୍ଗ -ବାଂଲାଦେଶ ମୁହାଁ । ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଭୁବନେଶ୍ୱର: ଓଡ଼ିଶା ଛୁଇଁବନି ବାତ୍ୟା 'ସିତ୍ରାଙ୍ଗ' । ଓଡ଼ିଶା ଉପକୂଳରୁ କିଛି ଦୂରରେ ଘସି ହୋଇ ଚାଲିଯିବ । ବାତ୍ୟା ଏବେ ପଶ୍ଚିମବଙ୍ଗ -ବାଂଲାଦେଶ ମୁହାଁ । ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ଆଜି ସୃଷ୍ଟି ହୋଇଛି ଲଘୁଚାପ । ସୃଷ୍ଟି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ସକ୍ରିୟ ଲଘୁଚାପ ଲଘୁଚାପ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ଓ ତତସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଏକ ଅବପାତର ରୂପ ନେବ । ପରେ ଏହା ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଗଭୀର ଅବପାତ ଓ ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ୨୪ ତାରିଖ ବେଳକୁ ଏକ ସାମୁଦ୍ରିକ ରୂପ ନେବ । କିନ୍ତୁ ବର୍ଷାର ରୂପରେଖ କ'ଣ ରହିବ, ସେ ନେଇ ବର୍ତ୍ତମାନ ସୁଦ୍ଧା ଆଇଏମଡି କୌଣସି ସୂଚନା ଦେଇନାହିଁ । ଏପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।












Click it and Unblock the Notifications