ଅକ୍ଟୋବରରେ ଦୀପାବଳି ଓ ସୂର୍ଯ୍ୟପରାଗ, ତା' ଉପରେ ପୁଣି ବାତ୍ୟା...
ଅକ୍ଟୋବରରେ ଦୀପାବଳି, ସୂର୍ଯ୍ୟପରାଗ ଓ ତା ଉପରେ ପୁଣି ବାତ୍ୟା । ଆଲୋକର ପର୍ବ ଦୀପାବଳିକୁ ସୂର୍ଯ୍ୟପରାଗର ଅନ୍ଧକାର ଛାଇଥିବା ବେଳେ । ସୂର୍ଯ୍ୟପରାଗର କୋପକୁ ଧୋଇ ଦେବାକୁ ଆସୁଛି ବାତ୍ୟା ସିତ୍ରାଙ୍ଗ ।
ଭୁବନେଶ୍ୱର: ଅକ୍ଟୋବରରେ ଦୀପାବଳି, ସୂର୍ଯ୍ୟପରାଗ ଓ ତା ଉପରେ ପୁଣି ବାତ୍ୟା । ଆଲୋକର ପର୍ବ ଦୀପାବଳିକୁ ସୂର୍ଯ୍ୟପରାଗର ଅନ୍ଧକାର ଛାଇଥିବା ବେଳେ । ସୂର୍ଯ୍ୟପରାଗର କୋପକୁ ଧୋଇ ଦେବାକୁ ଆସୁଛି ବାତ୍ୟା ସିତ୍ରାଙ୍ଗ । ଆସନ୍ତା ଅକ୍ଟୋବର ୨୪ରେ ଆସୁଛି ବାତ୍ୟା ସିତ୍ରାଙ୍ଗ । ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ । ୨୩ରେ ଗଭୀର ଅବପାତ ରୂପ ନେଇ ୨୪ରେ ବାତ୍ୟାରେ ପରିଣତ ହେବ । ଯଦିଓ ବାତ୍ୟା ଓଡିଶା ଉପକୂଳ ଛୁଇଁବନି ବୋଲି ପାଣିପାଗ ବିଜ୍ଞାନୀ ସ୍ପଷ୍ଟ କରିସାରିଛନ୍ତି । ମାତ୍ର ୨୪ ଓ ୨୫ ତାରିଖରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ବାଂଲାଦେଶକୁ ମୁହାଁଇବ । ୨୫ ସୁଦ୍ଧା ବାତ୍ୟା ପଶ୍ଚିମବଙ୍ଗ -ବାଂଲାଦେଶ ଉପକୂଳରେ ପହଞ୍ଚିବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ବାତ୍ୟାର ପ୍ରକୋପ ନଥିଲେ ବି ୨୪ରେ ଦିୱାଲୀ ବାଣକୁ ଓଦା କରିଦେବ ଲଘୁଚାପ ବର୍ଷା । ବାଣ ଫୁସୁରି ଗଲା ପରେ ପରଦିନ ଲାଗିବାକୁ ଥିବା ସୂର୍ଯ୍ୟପରାଗ ମଧ୍ୟ ବର୍ଷାରେ ଭିଜି ଯିବ । ତେବେ ଓଡିଶାରେ ସୂର୍ଯ୍ୟପରାଗ ଅକ୍ଟୋବର 25 ତାରିଖ ଅପରାହ୍ନ 4.56 ରୁ 5.16 ପର୍ଯ୍ୟନ୍ତ ଲାଗିବ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଡେପୁଟି ଡାଇରେକ୍ଟର ସୁଭେନ୍ଦୁ ପଟ୍ଟନାୟକ । ଏଣୁ ଏହିଦିନ ଭୋର ୪ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ଅର୍ଥାତ୍ ୨୫ ତାରିଖ ଭୋର୍ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ ।
ସେପଟେ କରୋନା ମହାମାରୀ ପ୍ରକୋପର ଦୁଇ ବର୍ଷ ପରେ ରାଜ୍ୟବାସୀ ବଡ ଧୁମଧାମରେ ଦୀପାବଳି ପାଳନ କରିବାକୁ ପ୍ରସ୍ତୁତ ରହିଥିଲେ । କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ରାଜ୍ୟ ରାଜଧାନୀରେ ବାଣ ବିକ୍ରି ଉପରେ କଟକଣା ଲାଗିଥିଲା । ଫଳରେ ଅନେକ ବାଣ ବ୍ୟବସାୟୀ ଦୀପାବଳିରେ ବାଣ ବିକ୍ରି କରିନପାରି କ୍ଷତି ସହିଥିଲେ । ରାଜ୍ୟ ସରକାରଙ୍କ ଏହି ଗ୍ରୀନ ସିଗନାଲ ପରେ ବ୍ୟବସାୟୀ ଭଲ ଦୁଇ ପଇସା ରୋଜଗାର କରିବାର ଆଶା ରଖିଛନ୍ତି । ଅନ୍ୟପଟେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଲାଗିଥିବାରୁ ଚଳିତ ବର୍ଷ ଦୀପାବଳିକୁ ଖୁବଧୁମଧାମର ପାଳନ କରିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ ରାଜ୍ୟବାସୀ । ଯାହାକୁ ବାତ୍ୟା ଫିକା କରିଦେବାକୁ ଯାଉଛି ।
କାରଣ ଓଡ଼ିଶାରେ ୨୪ ଓ ୨୫ ଉଭୟ ଦିନ ଉପକୂଳ ଅଞ୍ଚଳରେ ବର୍ଷା ହେବ । କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଓଡ଼ିଶା ଉପକୂଳରେ ୨୩ରୁ ସମୁଦ୍ର ଅଶାନ୍ତ ରହିବ । ୨୩ରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିମି ପବନ ବହିପାରେ । ଓଡ଼ିଶା ଉପରେ ସିଧା ମାଡ଼ ହେଉନଥିବାରୁ ପବନ ଓ ବର୍ଷା ବେଶି ହେବନି ବୋଲି କହିଛନ୍ତି IMD ଡିଜି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications