ବାଂଲାଦେଶରେ ସ୍ଥଳଭାଗ ଛୁଇଁଲା ବାତ୍ୟା ସିତ୍ରାଙ୍ଗ୍, ନେଲା ୫ ଜୀବନ
ବାଂଲାଦେଶରେ ସ୍ଥଳଭାଗ ଛୁଇଁଲା ବାତ୍ୟା ସିତ୍ରାଙ୍ଗ୍, ନେଲା ୫ ଜୀବନ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ୍ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆଜି ବାଂଲାଦେଶ ସ୍ଥଳଭାଗ ଛୁଇଁଛି । ଗତ କାଲି ରାତି ୯.୩୦ ରୁ ୧୧.୩୦ ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଥିଲା ବାତ୍ୟା । ବାତ୍ୟା ଯୋଗୁଁ ପ୍ରବଳ ପବନ ବର୍ଷାରେ ବାଂଲାଦେଶରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିଥିବା ନେଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ଉପରୁ ବିପଦ ଟଳି ଯାଇଛି । ତେବେ ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ମେଘାଳୟ ଓ ତ୍ରିପୁରାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି ।












Click it and Unblock the Notifications