Cyclone Remal: ବାତ୍ୟା ‘ରେମାଲ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୪ ଘଣ୍ଟା ଧରି ଜାରି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
ବାତ୍ୟା 'ରେମାଲ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି। ପ୍ରାୟ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ। ମଧ୍ୟରାତ୍ରି ସୁଦ୍ଧା ପବନର ବେଗ ୧୧୦ରୁ ୧୨୦ କିମି ଛୁଇଁବା ସମ୍ଭାବନା ରହିଛି ।

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ସହ ପବନ ବହିବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୪୮ ଘଣ୍ଟା ପରେ ରାଜ୍ୟରେ ପାରା ବଢିବ ବୋଲି ଆକଳନ ହୋଇଛି । ସେପଟେ 'ରେମାଲ'ର ପ୍ରଭାବ ଓଡ଼ିଶାରେ ଏହାର ସିଧା ପ୍ରଭାବ ନପଡ଼ିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି । ୨୭ ତାରଖ ଯାଏ ସମୁଦ୍ରରେ ମାଛ ମାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତା'ପରେ ଧୀରେ ଧୀରେ ତାପମାତ୍ରା ବଢ଼ିବ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଆଇଏମ୍ଡିର ଆକଳନ ଅନୁଯାୟୀ, ମେ' ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିବାର ସମ୍ଭାବନା ରହିଛି।












Click it and Unblock the Notifications