Cyclone Remal: ବାତ୍ୟା 'ରେମାଲ' ପାଇଁ ୬ଟି ଟ୍ରେନ୍ ବାତିଲ୍

ବାତ୍ୟା 'ରେମାଲ' ପାଇଁ ୬ଟି ଟ୍ରେନ୍ ବାତିଲ୍ । ଆଜି ଓ କାଲି ପାଇଁ ୬ଟି ଟ୍ରେନ୍ ବାତିଲ୍ କଲା ଦକ୍ଷିଣ-ପୂର୍ବ ରେଳପଥ । ହାୱଡ଼ା-ଦୀଘା-ହାୱଡ଼ା ଏକ୍ସପ୍ରେସ ଆଜି ପାଇଁ ବାତିଲ । ପଂଶକୁରା-ଦୀଘା ମେମୁ, ପଂଶକୁରା-ଦୀଘା EMU ଟ୍ରେନ୍ ବାତିଲ ହୋଇଛି ।

Cyclone Remal

କାଲି ପାଇଁ ଦୀଘା-ପଂଶକୁରା EMU, ଦୀଘା-ପଂଶକୁରା ମେମୁ ବାତିଲ । ଦୀଘା-ପୁରୀ ସାପ୍ତାହିକ ଟ୍ରେନ୍ ଆଜି ଦୀଘା ବଦଳରେ ଖଡଗପୁରରୁ ବାହାରିବ ।ଗତକାଲି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ରେମାଲ' ଆଜି ଭୀଷଣ ବାତ୍ୟାର ରୂପ ନେଇଛି । ଏବେ ଉତ୍ତର ବଙ୍ଗୋପସାଗରରେ ରହିଛି । ଭୀଷଣ ବାତ୍ୟା 'ରେମାଲ'ର ଗତି ମୁଖ୍ୟତଃ ଉତ୍ତର ଦିଗକୁ ରହିବ ଓ ଏହା ଆହୁରି ତୀବ୍ର ରୂପ ଧାରଣ କରିବାର ସମ୍ଭାବନା ରହିଛି ।

ଆଜି ମଧ୍ୟରାତ୍ର ସୁଦ୍ଧା ଏହା ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ପାଖାପାଖି ଦକ୍ଷିଣ-ପଶ୍ଚିମ ମଙ୍ଗଲା (ବାଂଲାଦେଶ ପାଖରେ ଅବସ୍ଥିତ ଏକ ସ୍ଥାନ) ଦେଇ ଏହା ସ୍ଥଳଭାଗକୁ ଛୁଇଁବ। ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ହୋଇ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ଉପକୂଳକୁ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ବେଗର ପବନ ହେବ ।

ଏହାର ପ୍ରଭାବରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତେବେ ଏହି ସବୁ ଜିଲ୍ଲାରେ ମୁଖ୍ୟତଃ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଓଡ଼ିଶାର ଦକ୍ଷିଣ-ଉତ୍ତର ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିବ। ଏହି ସମୟରେ ସମୁଦ୍ର ବହୁତ ଅଶାନ୍ତ ରହିବ। ସେଥିପାଇଁ ସମୁଦ୍ରକୁ ନଯିବାକୁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତା'ପରେ ଧୀରେ ଧୀରେ ତାପମାତ୍ରା ବଢ଼ିବ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଆଇଏମ୍‌ଡିର ଆକଳନ ଅନୁଯାୟୀ, ମେ' ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିବାର ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+