ରାଜ୍ୟରେ ବାତ୍ୟା ‘ରେମାଲ'ର ପ୍ରଭାବ; ୪ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ, ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା, ପବନ
ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧା ସଳଖ ନପଡିଲେ ବି ଏହାର ପରୋକ୍ଷ ପ୍ରଭାବ ରହିବ । ଏଥିପାଇଁ ରାଜ୍ୟର ୪ ଟି ଯାକ ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । ବାତ୍ୟା ପ୍ରଭାବରେ ବାଲେଶ୍ୱରରେ ଆରମ୍ଭ ହେଲାଣି ବର୍ଷା ,ପବନ । ଅବପାତରେ ପରିଣତ ହେଲାଣି ଲଘୁଚାପ । ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଛି ।
ଅବପାତ ପ୍ରଭାବରେ ଭୋଗରାଇରେ ବର୍ଷା ହେଉଛି , ପବନ ମଧ୍ୟ ବହୁଛି । ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି ।
ସେହିପରି ପୁରୀ ଅସ୍ତରଙ୍ଗରେ ମଧ୍ୟ ପାଗରେ ପରିବର୍ତ୍ତନ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ସାମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଆଜି ସକାଳୁ ପାଗରେ ପରିବର୍ତ୍ତନ ହୋଇଛି । ଉପକୂଳରେ ଏହାର ପ୍ରଭାବ ନଥିଲେ ମଧ୍ୟ ଅସ୍ତରଙ୍ଗରେ ବର୍ଷା ସାଙ୍ଗକୁ ହାଲକା ପବନ ଆରମ୍ଭ ହୋଇଯାଇଛି । ଏହି ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତରଙ୍ଗରେ ଅସହ୍ୟ ଗରମରୁ ଆଶ୍ୱସ୍ତି ମିଳିଛି ।

ଓଡ଼ିଶା ଉପକୂଳରେ ୨୫ ତାରିଖରେ ୪୦ ରୁ ୫୦ କିମି ବେଗରେ ପବନ ବହିବ । ଝଟକା ପବନ ୬୦ କିମି ରହିବ । ୨୬ ସକାଳେ ବୃଦ୍ଧି ପାଇଁ ପବନର ବେଗ ଘଣ୍ଟା ପ୍ରତି ୮୦ କିମି ରହିବ। ୨୫ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ରେ ପ୍ରବଳ ବର୍ଷା ହେବ।୨୬ ରେ ଭଦ୍ରକ ଓ ବାଲେଶ୍ୱର ରେ ଅତି ପ୍ରବଳ ବର୍ଷା ସହ ମୟୁରଭଞ୍ଜ ଓ କେନ୍ଦ୍ରାପଡା ରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶାର କିଛି ପକେଟ୍ ରେ ବର୍ଷା ରହିବ।
୨୬ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ବାଂଲାସାଗର ଦ୍ୱୀପ ଓ ଖେପୁପାରା ମଧ୍ୟଦେଇ ବାତ୍ୟା ସ୍ଥଳଭାଗ ଛୁଇଁବ ବାତ୍ୟା 'ରେମାଲ' । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସହିତ ଏହା ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଏହା ବାଂଲାଦେଶ ଉପକୂଳ ଆଡ଼କୁ ଗତି କରୁଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ବାତ୍ୟାର ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ହୋଇଗଲାଣି । ସେପଟେ କେନ୍ଦ୍ରାପଡା ପାଟକୁରାରେ ବର୍ଷା । ସକାଳୁ ସକାଳୁ ପ୍ରବଳ ବର୍ଷା ହେଉଛି । ଅସହ୍ୟ ଗରମ ବେଳେ ବର୍ଷା ଲୋକଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।












Click it and Unblock the Notifications