Cyclone Rain Alert: ବଳ ବଢ଼ାଇଲାଣି ବାତ୍ୟା 'ମୋନ୍ଥା', ନେବ ଭୟଙ୍କର ରୂପ !
IMD Odisha Weather Update: ବଙ୍ଗୋପସାଗରରେ ଆହୁରି ଶକ୍ତିଶାଳୀ ହେଲା ବାତ୍ୟା 'ମୋନ୍ଥା' । ଉପକୂଳା ମୁହାଁଇଥିବା ବେଳେ ବଢ଼ିଲାଣି ପବନର ବେଗ । ଦକ୍ଷିଣ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେଉଛି । ବତ୍ୟା ଘଣ୍ଟାପ୍ରତି 17 କିମି ବେଗରେ ସ୍ଥଳଭାଗ ଛୁଇଁବାକୁ ଆସୁଛି । କିଛି ସମୟ ମଧ୍ୟରେ ଭୟଙ୍କର ରୂପ ଧାରଣ କରିବାକୁ ଯାଉଛି 'ମୋନ୍ଥା' । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।
ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ମୋନ୍ଥା'। ମଙ୍ଗଳବାର ସକାଳ ସୁଦ୍ଧା ଏହା ଭୟଙ୍କର ବାତ୍ୟା କିମ୍ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ସେହିପରି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର କାକିନାଡା ନିକଟବର୍ତ୍ତୀ ମଛଲିପଟନମ୍ ଏବଂ କଳିଙ୍ଗାପଟନମ୍ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କି.ମି. ରହିବ ଏବଂ ଝଟକା ପବନର ବେଗ ୧୧୦ କି.ମି. ଛୁଇଁବ। ଏହାର ପ୍ରଭାବ ସାରା ରାଜ୍ୟର ଜଳବାୟୁ ଉପରେ ପଡ଼ିବ। ବାତ୍ୟା କାକିନାଡ଼ାରୁ ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଦକ୍ଷିଣ-ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସକ୍ରିୟ ରହିଛି। ସୋମବାର ଏହା ୬ଘଣ୍ଟାରେ ଘଣ୍ଟାପ୍ରତି ୧୭ କି.ମି. ବେଗରେ ଗତିକରି ସନ୍ଧ୍ୟାସୁଦ୍ଧା ଗୋପାଳପୁରଠାରୁ ୭୨୦କି.ମି. ଦକ୍ଷିଣରେ ରହିଥିଲା। ତେବେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତିକରି ମଙ୍ଗଳବାର ସକାଳ ସୁଦ୍ଧା ଭୟଙ୍କର ବାତ୍ୟାରେ ପରିଣତ ହେବ। ବାତ୍ୟା ଅତିକ୍ରମ କରିବା ସମୟରେ ଏହାର ପ୍ରଭାବ ସାରା ଓଡ଼ିଶା ଉପରେ ପଡ଼ିବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଦେଇ 'ମୋନ୍ଥା' ଗତି କରିବ। ଏହି ସମୟରେ ପବନର ବେଗ ୬୦ରୁ ୭୦ କି.ମି. ରହିବ ଏବଂ ଅତି ବେଶିରେ ପବନର ବେଗ ଘଣ୍ଟାପ୍ରତି ୮୦ କି.ମି. ରହିବ। ଛତିଶଗଡ଼ ପହଞ୍ଚତ୍ଲା ବେଳକୁ ଅବପାତ ହୋଇ ଦୁର୍ବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୨୮ ତାରିଖ ମଙ୍ଗଳବାର ରାଜ୍ୟର ସମସ୍ତ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ୫ ଜିଲା ଯଥା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଜିଲାକୁ ଅତି ଭୀଷଣ ବର୍ଷା ନେଇ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି।
ଧୀରେ ଧୀରେ ଗତି ବଢାଇବା ଆରମ୍ଭ କଲାଣି ବାତ୍ୟା । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ବାତ୍ୟା "ମୋନ୍ଥା" ଉତ୍ତର-ଉତ୍ତର-ପଶ୍ଚିମ ଆଡକୁ 17 କିଲୋମିଟର ବେଗରେ ଗତି କରୁଛି । ଗୋପାଳପୁରରୁ 570 କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମରେ, ମଛଲିପଟନମ୍ (ଆନ୍ଧ୍ରପ୍ରଦେଶ)ରୁ ପ୍ରାୟ 230 କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବରେ, କାକିନାଡା (ଆନ୍ଧ୍ର ପ୍ରଦେଶ)ରୁ 310 କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ଓ ବିଶାଖାପଟନା (ଆନ୍ଧ୍ର ପ୍ରଦେଶ)ରୁ 370 କିଲୋମିଟର ଦକ୍ଷିଣରେ ଅବସ୍ଥିତ ରହିଛି ।
ଆଉ କିଛି ସମୟ ମଧ୍ୟରେ ଏକ ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି । ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆହୁରି ଆଗକୁ ବଢ଼ିବା ଜାରି ରଖି, ଆଜି (ମଙ୍ଗଳବାର) ସନ୍ଧ୍ୟା କିମ୍ବା ରାତି ସମୟରେ କାକିନାଡା ପାଖାପାଖି ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ପବନର ବେଗ 110 ପର୍ଯ୍ୟନ୍ତ ରହିବ ।
Today Heavy Rain Warning:
ଆଜି (ମଙ୍ଗଳବାର) ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ 5 ଜିଲ୍ଲା ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗୁପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କାଲି ବି ପ୍ରବଳ ବର୍ଷା:
ବାତ୍ୟା କାକିନାଡାରେ ସ୍ଥଳଭାଗ ଛୁଇଁବା ପରେ 29 ତାରିଖ (ବୁଧବାର) ବେଳକୁ ଓଡ଼ିଶାର ମାଲକାନଗିରି ଜିଲ୍ଲା ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତାକାଲି ମଧ୍ୟ ଅତ୍ୟନ୍ତ ପ୍ରବଳ ବର୍ଷା ରହିବ । 5 ଜିଲ୍ଲା କଳାହାଣ୍ଡି, ନବରଙ୍ଗୁପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ଼ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା (12CM-20 CM) ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଏହାସହ ପୁରୀ, ଖୋର୍ଦ୍ଧା, ନାୟାଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
30 ତାରିଖ ପାଇଁ ୱାର୍ଣ୍ଣିଂ:
30 ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications