Cyclone Montha: ବାତ୍ୟା ଆସିଲେ କଣ କରିବେ ? କଣ କରିବେନି ? ବାତ୍ୟା ମୋନ୍ଥାରୁ କେମିତି ରକ୍ଷା ପାଇବେ ?
ଆଜି ସକାଳ ୫ଟା ୩୦ରୁ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି ମନ୍ଥା । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ୫୫୦କିମି ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ଏହା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା କିମ୍ବା ରାତିରେ ମଛଲିପାଟନମ୍ ଓ କଳିଙ୍ଗପାଟନମ୍ ମଧ୍ୟରେ ଥିବା କାକିନାଡାରେ ଅତିକ୍ରମ କରିବ ।
ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦କି.ମି ରହିବା ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲାରେ ରେଡ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଲୋକମାନେ ଘରୁ ନବାହାରିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଟୁଇନ ସିଟିରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ଭୂସ୍ଖଳନ ହେବାକୁ ଆଶଙ୍କା କରାଯାଇଥିବାରୁ ସରକାରଙ୍କୁ ଏଥିପାଇଁ ଅବଗତ କରାଯାଇଛି ।

ବାତ୍ୟା ପୂର୍ବ ପ୍ରସ୍ତୁତି:
- ଜରୁରୀ କାଗଜପତ୍ରକୁ ସୁରକ୍ଷିତ ଭାବେ ରଖନ୍ତୁ
- ଯଦି ଗୃହ ପାଳିତ ପଶୁ ଅଛନ୍ତି ସେମାନଙ୍କୁ ବି ସୁରକ୍ଷିତ ସ୍ଥାନକୁ ନିଅନ୍ତୁ ଆବଶ୍ୟକ ଅନୁସାରେ ଅର୍ଥାତ ୨ ବା ୩ ଦିନ ପାଇଁ ଆପଣ ଖାଦ୍ୟ ସାମଗ୍ରୀ କିଣି ରଖିପାରିବେ
- ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି ରଖନ୍ତୁ
- ମେଡିସିନ, ମହମବତୀ, ଟର୍ଚ୍ଚ ଲାଇଟ ରଖିବା ମଧ୍ୟ ଜରୁରୀ।
- ବାତ୍ୟା ହେବା ନେଇ ସୂଚନା ମିଳିବା ପରେ ଏହା ପୂର୍ବରୁ ବାସଗୃହର ଅବସ୍ଥା ଠିକ ଅଛି ନା ନାହିଁ ତାହା ଯାଞ୍ଚ କରିବା ଆବଶ୍ୟକ
- ଘରେ ପିଲାମାନଙ୍କ ସହ ବାତ୍ୟାକୁ ନେଇ ଅବଗତ କରାନ୍ତୁ ଓ ଭୟଭୀତ ନହେବାକୁ କୁହନ୍ତୁ
- ପରିବାର ସହ ବାତ୍ୟାର ଭୟାବହତା ବିଷୟରେ ଆଲୋଚନା କରନ୍ତୁ
- ବାତ୍ୟା ସମୟରେ କିପରି ସୁରକ୍ଷିତ ରହିବେ ସେନେଇ ସମସ୍ତଙ୍କୁ ସଚେତନ କରାନ୍ତୁ
- ଯାହା ଫଳରେ ଜରୁରୀକାଳୀନ ସମୟରେ କ'ଣ କରିବା ଉଚିତ ଓ ଅନୁଚିତ୍ ତାହା ସମସ୍ତେ ଜାଣିପାରିବେ । ଏହା ଦ୍ବାରା ବାତ୍ୟାକୁ ନେଇ ମନରେ ଥିବା ଭୟ ଦୂର ହେବ
- ଗୁରୁତ୍ବପୂର୍ଣ୍ଣ ଜିନିଷ ଏବଂ ଡକ୍ୟୁମେଣ୍ଟଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ
- ନିଜ ବ୍ଲଡ ଗ୍ରୁପ ବିଷୟରେ ଅବଗତ ରୁହନ୍ତୁ
- କିରୋସିନ, ଟର୍ଚ୍ଚ ଏବଂ ବ୍ୟାଟେରୀ ଚାଳିତ ଲାଇଟ ପାଖରେ ରଖନ୍ତୁ
- ଅସୁସ୍ଥ ବ୍ୟକ୍ତି, ବୟସ୍କଙ୍କ ଓ ଛୋଟ ପିଲା ମାନଙ୍କୁ ସୁରକ୍ଷିତ ଭାବେ ରଖିବାକୁ ପ୍ରସ୍ତୁତି କରନ୍ତୁ
- ଅତ୍ୟାବଶ୍ୟକ ଖାଦ୍ୟ, ଔଷଧ ଏବଂ ଜଳ ସାତ ଦିନ ପାଇଁ ମହଜୁଦ କରି ରଖନ୍ତୁ
- କମ୍ବଳ ଓ ପୋଷାକ ମଧ୍ୟ ପାଖରେ ମହଜୁଦ କରି ରଖନ୍ତୁ
- ପାଖରେ ପରିବାର ସଦସ୍ୟଙ୍କ ଫଟୋ ରଖନ୍ତୁ, ଯାହା ବାତ୍ୟା ପରେ ଆବଶ୍ୟକ ପଡିପାରେ
- ବାତ୍ୟା ନେଇ ଆସୁଥିବା ଖବର ସହ ଜଡିତ ରୁହନ୍ତୁ
ବାତ୍ୟା ସମୟରେ କଣ କରିବେ :
- ବାତ୍ୟା ବା ଭାରି ବର୍ଷା ସମୟରେ ଆପଣ ଆପଣଙ୍କ ପିଲାଙ୍କୁ ନିଜପାଖରେ ରଖନ୍ତୁ ।
- ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ। କାରଣ ଆପଣ ଭୟଭୀତ ହେଲେ ଆପଣଙ୍କ ପିଲା ବି ଭୟଭୀତ ହେବ।
- ଘରୁ ବାହାରନ୍ତୁ ନାହିଁ। ଘରର କବାଟ କିମ୍ବା ଝରକାଠାରୁ ଦୂରେଇ ରୁହନ୍ତୁ ।
- ଯଦି କୁଆଡ଼େ ବାହାରକୁ ଯାଇଛନ୍ତି ତେବେ ଛୋଟ ଛୋଟ ଗଳିକନ୍ଦି ରାସ୍ତାରେ ପଶନ୍ତୁ ନାହିଁ।
- ମୋବାଇଲ ପାଖରେ ରଖନ୍ତୁ।
- ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସମୟରେ ପାଖରେ ଜରୁରୀ ସାମଗ୍ରୀ ରଖନ୍ତୁ
- ଛୋଟ ପିଲା ଭୟଭୀତ ହେଉଥିଲେ ତାଙ୍କୁ ବୁଝାଇବା ଆବଶ୍ୟକ
- ବାତ୍ୟା ସମୟରେ ଘର କବାଟ ଓ ଝରକା ବନ୍ଦ ରଖନ୍ତୁ
- ଗୋଟିଏ ସ୍ଥାନରେ ସମସ୍ତେ ଏକାଠି ହୋଇ ରୁହନ୍ତୁ, କେହିବି ବାହାରକୁ ଯାଆନ୍ତୁ ନାହିଁ
- ଘରେ ଥିବା ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ
- ବାତ୍ୟା ବିଷୟରେ ପ୍ରତି ମିନିଟରେ ଅବଗତ ରୁହନ୍ତୁ
- ବାତ୍ୟା ପୂର୍ବରୁ କରିଥିବା ପ୍ରସ୍ତୁତିକୁ କାମରେ ଲଗାଇବା ଆବଶ୍ୟକ
- ଘର ଚାରି ପାଖରେ ଥିବା ବଡ ବଡ ଗଛକୁ କାଟି ଦିଅନ୍ତୁ
- ଗରମ ପାଣି ପିଅନ୍ତୁ
- ପାଖରେ ମହଜୁଦ କରି ରଥିବା ରେଡିଓରୁ ବାତ୍ୟା ବିଷୟରେ ଅପଡେଟ ରୁହନ୍ତୁ
ବାତ୍ୟା ସମୟରେ କଣ କରିବେ ନାହିଁ ?
- ବାତ୍ୟାର ଭୟାବହତା ନକମିବା ଯାଏ ବାହାରକୁ ଯାଆନ୍ତୁ ନାହିଁ
- ଘରର ଉପର ମହଲରା ରହିବେ ନାହିଁ
- ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯଆନ୍ତୁ ନାହିଁ
- ପୁରୁଣା କୋଠା ଓ କିମ୍ବା ଗଛ ତଳେ ଆଶ୍ରୟ ନେବେ ନାହିଁ
- ବିଦ୍ୟୁତ ତାର ସ୍ପର୍ଶ କରନ୍ତୁ ନାହିଁ
ବାତ୍ୟା ପରେ:-
ବାତ୍ୟା ପରେ ସଙ୍ଗେ ସଙ୍ଗେ ଘରୁ ବାହାରନ୍ତୁ ନାହିଁ । ଭଙ୍ଗା ବିଦ୍ୟୁତ ଖୁଣ୍ଟ ଓ ତାର ଠାରୁ ଦୂରେଇ ରହନ୍ତୁ। ଆଶ୍ରୟ ପାଇଁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ବାଛନ୍ତୁ। ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।












Click it and Unblock the Notifications