Cyclone Montha: ଆଜି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ 'ମୋନ୍ଥା'
ଆଜି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ 'ମୋନ୍ଥା'। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇ ସାରିଛି । ୨୭ ତାରିଖରେ ସାମୁଦ୍ରିକ ଝଡ଼ବାତ୍ୟାର ରୂପ ନେବ 'ମୋନ୍ଥା'। ୨୮ ତାରିଖରେ 'ଭୀଷଣ ବାତ୍ୟା'ର ରୂପ ନେବା ସମ୍ଭାବନା ।
28 ତାରିଖରେ ସ୍ଥଳଭାଗ ଛୁଇଁବ 'ମୋନ୍ଥା':
ଏହାର ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଅର୍ଥାତ୍ 28 ଅକ୍ଟୋବର (ମଙ୍ଗଳବାର) ସକାଳ ସୁଦ୍ଧା ଏକ ଭୀଷଣ ବାତ୍ୟାରେ ପରିଣତ ହେବ । ଏହି ବାତ୍ୟା ଉତ୍ତର-ପଶ୍ଚିମ ଆଡକୁ ଗତି କରି 28 ଅକ୍ଟୋବର (ମଙ୍ଗଳବାର) ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁପାରେ । ଆନ୍ଧ୍ର ପ୍ରଦେଶର କାକିନାଡା ପାଖାପାଖି ମଛଲିପାଟନମ ଓ କଳିଙ୍ଗପାଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପୂକଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 90-100 କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଗୋପାଳପୁରଠୁ 970 କିମି ଦୂରରେ ଲଘୁଚାପ:
ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଥିବା ଏହି ଲଘୁଚାପ କ୍ଷେତ୍ର ଗତ 6 ଘଣ୍ଟା ମଧ୍ୟରେ ପ୍ରାୟ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି 8 କିମି ବେଗରେ ଗତି କରୁଛି । ତେବେ ଭାରତୀୟ ପାଣିପାଗ ସଂସ୍ଥା ସୂଚନା ଅନୁଯାୟୀ, ଶନିବାର ରାତି 11.30 ସୁଦ୍ଧା ପୋର୍ଟ ବ୍ଲେୟାର (ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ)ର ପଶ୍ଚିମରେ ଏହା ପ୍ରାୟ 550 କିମି, ଚେନ୍ନାଇ(ତାମିଲନାଡୁ)ର ପୂର୍ବ-ଦକ୍ଷିଣ ପୂର୍ବରେ 850 କିମି, ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ)ର ଦକ୍ଷିଣ- ଦକ୍ଷିଣ ପୂର୍ବରେ 890 କିମି, କାକିନାଡା (ଆନ୍ଧ୍ରପ୍ରଦେଶ)ର ଦକ୍ଷିଣ ପୂର୍ବରେ 890 କିମି ଏବଂ ଗୋପାଳପୁର (ଓଡ଼ିଶା)ର ଦକ୍ଷିଣ ଦକ୍ଷିଣ ପୂର୍ବରେ 970 କିମି ଦୂରରେ ଅଛି ।
ବାତ୍ୟା ସ୍ଥିତି ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି:
ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ସତର୍କତା ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ ।
ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳର ମଛଲିପାଟନମ୍ ଏବଂ କଳିଙ୍ଗପାଟନମ୍ ମଧ୍ୟଦେଇ 'ମୋନ୍ଥା' ଅତିକ୍ରମ କରି ଲ୍ୟାଣ୍ଡଫଲ୍ କରିବ। 'ମୋନ୍ଥା' ସ୍ଥଳଭାଗ ଛୁଇଁବା ସମୟରେ ଭୀଷଣ ବାତ୍ୟା ରୂପ ନେବ। ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୯୦ରୁ ୧୦୦ କି.ମି. ରହିବ। ଏହାର ପ୍ରଭାବରେ ୨୭ ତାରିଖ ସୋମବାରଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ବାତ୍ୟା ପ୍ରଭାବରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଗାମୀ ଦୁଇଦିନ ପାଇଁ ରାଜ୍ୟରେ ବିଶେଷ କିଛି ପାଗ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାବେଳେ ରାଜ୍ୟର କଁା ଭା ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୨୭ରେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ କନ୍ଧମାଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
25ରୁ 30 ଯାଏ ସରକାରୀ ଛୁଟି ବାତିଲ:
ଆସନ୍ତା ୨୫ ତାରିଖରୁ ୩୦ ତାରିଖ ଯାଏଁ ମୁଖ୍ୟାଳୟ ଛାଡିନଯିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଯେଉଁମାନେ ଛୁଟିରେ ଯାଇଛନ୍ତି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ଜିଲ୍ଲାରେ ରହିଥିବା ସମୁଦ୍ର କୁଳିଆ ଅଞ୍ଚଳ ଗୁଡିକରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି l ଯେଉଁମାନେ ଯାଇଛନ୍ତି ଶନିବାର ସନ୍ଧ୍ୟା ସୁଦ୍ଧା ଫେରିବାକୁ କୁହାଯାଇଛି । ଯେଉଁମାନେ ନିର୍ଦ୍ଦେଶ ନ ମାନନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି l












Click it and Unblock the Notifications