Get Updates
Get notified of breaking news, exclusive insights, and must-see stories!

Cyclone Montha: ଭୂସ୍ଖଳନ ଆଶଙ୍କାରେ କଳିଙ୍ଗା ଘାଟି ସିଲ୍

ସମ୍ଭାବ୍ୟ ବାତ୍ୟା ମନ୍ଥା ଲାଗି କନ୍ଧମାଳ ଜିଲାକୁ ରେଡ଼ ଆଲର୍ଟ ଜାରି କରାଯାଇଛି । ସୋମବାର ଅପରାହ୍ନରୁ ଜିଲାର ପ୍ରାୟ ସମସ୍ତ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।

ଜିଲାପାଳଙ୍କ ନିର୍ଦେଶ କ୍ରମେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କଳିଙ୍ଗା ଘାଟିକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇ ଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ଭୂସ୍ଖଳନ ସ୍ଥାନରେ ପୁଣି ଭୂସ୍ଖଳନ ଆଶଙ୍କା ସହ ଅନ୍ୟସ୍ଥାନରେ ମଧ୍ୟ ଅନୁରୂପ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ କଳିଙ୍ଗା ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରୁ ଘାଟି ଉପରକୁ ଚଳାଚଳକୁ ଆସନ୍ତା ୩୦ ତାରିଖ ଯାଏ ବନ୍ଦ କରିଦିଆଯାଇଛି ।

ସ୍ଥିତି ମୁକାବିଲା ପାଇଁ ଜିଲାରେ ଏନଡିଆରଏଫର ଗୋଟିଏ ଓ ଓଡିଆରଏଫର ୩ ଦଳ ମୁତୟନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ୪୧ଟି ଅସ୍ଥାୟୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଖୋଲାଯାଇଛି । ଆବଶ୍ୟକ ସ୍ଥଳେ ଏଠାକୁ ସ୍ଥାନାନ୍ତର ପାଇଁ ୧୧୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ସୋମବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ ଗର୍ଭବତୀ ଓ ଆସନ୍ନ ପ୍ରସବାଙ୍କୁ ବିଭିନ୍ନ ମା' ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫୯ ଜଣଙ୍କୁ ମଙ୍ଗଳବାର ସୁଦ୍ଧା ସ୍ଥାନାନ୍ତର କରାଯିବ ବୋଲି ଅତିରିକ୍ତ ଜିଲାପାଳ କୁଶଳ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ବାତ୍ୟା ପାଇଁ ଜିଲାର ସମସ୍ତ ବିଦ୍ୟାଳୟକୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ଜିଲାପାଳ । ସେହିଭଳି ଫୁଲବାଣୀ ପୌର ପରିଷଦ ପକ୍ଷରୁ ମଧ୍ୟ ବାତ୍ୟା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି । ପରିସ୍ଥିତି ଉପରେ ଚବିଶ ଘଣ୍ଟିଆ ନଜର ରଖିବା ପାଇଁ ପରିଷଦ ପକ୍ଷରୁ ତିନୋଟି ରାପିଡ ଆକ୍ସନ ଟିମ ଗଠନ କରାଯାଇଛି । ସହରର ଅରବିନ୍ଦ ନଗର, ତ୍ରିଦେବ ନଗର ଓ ଶଗଡିଆ ସାହିକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇ ଆବଶ୍ୟକ ସ୍ଥଳେ ପ୍ରାୟ ୬୦୦ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ସୂଚନା ଦେଇଛନ୍ତି । ଅସ୍ଥାୟୀ ଆଶ୍ରୟ ସ୍ଥଳ ପ୍ରସ୍ତୁତି ସାଙ୍ଗକୁ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି । ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର, ଗଛ କାଟିବା ପାଇଁ ଜେସିବି ମେସିନ, ବିଦ୍ୟୁତ ସରବରାହ ବ୍ୟବସ୍ଥା ଉପରେ ନଜର ରଖିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ସହରର ବିଭିନ୍ନ ଅଞ୍ଚଳର ୭ ଜଣ ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Cyclone Montha Kalinga ghati sealed due to landslide threat

ଜିଲାପାଳଙ୍କ ତତ୍ତ୍ୱାବଧାନରେ ପ୍ରଶାସନ ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ଜାରୀ ରଖିଛି । ସେହିଭଳି କନ୍ଧମାଳ ଜିଲାକୁ ଯୋଗାଯୋଗ କରୁଥିବା ଅନ୍ୟ ସମସ୍ତ ଘାଟି ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ସମଗ୍ର ଜିଲାରେ ସମସ୍ତ ପ୍ରକାର ଛୁଟିକୁ ମଧ୍ୟ ବାତିଲ କରାଯାଇ ସଜାଗ ରହିବା ପାଇଁ ନିର୍ଦେଶନାମା ଜାରି କରାଯାଇଛି । ସମ୍ଭାବ ବାତ୍ୟାକୁ ଦୃଷ୍ଟିରେ ରଖି ଦରଦାମ ବୃଦ୍ଧି ଉପରେ ତୁରନ୍ତ ପଦକ୍ଷେପ ପାଇଁ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାୁ ନିର୍ଦେଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+