ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’, ଘଣ୍ଟା ପ୍ରତି ୧୨ କିମି ବେଗରେ କରୁଛି ଗତି
ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା 'ମୋନ୍ଥା' । ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି । ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଦୂରରେ। ଗୋପାଳପୁର ଠାରୁ ୫୩୦ କିମି ଦୂରରେ 'ମୋନ୍ଥା' । ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ 'ମୋନ୍ଥା' । ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ 'ମୋନ୍ଥା' । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ।

ସେହିପରି ବାତ୍ୟା ମୋନ୍ଥାର ପ୍ରଭାବରେ ତତ୍ପର ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ବାତ୍ୟା ସମୟରେ ଅଧିକ ସମ୍ବେଦନଶୀଳ ଥିବା ଗର୍ଭବତୀ ଓ ବୃଦ୍ଧ ଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରାଯାଉଛି । ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୩୦୩ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ସୁରକ୍ଷିତ ଭାବେ ମା' ଗୃହ ଓ ୧୩୮ ଜଣ ଗର୍ଭବତୀଙ୍କୁ ସ୍ଥାନୀୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ । ସେଠାରେ ମଧ୍ୟ ୧୦ଟି ଅଗ୍ନିଶମ ଟିମ୍ ଓ ୧ଟି ଓଡ୍ରାଫ ଟିମ୍ ସଜାଗ ଅଛନ୍ତି ।












Click it and Unblock the Notifications