ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’, ୮ ଜିଲାରେ ୧୨୮ ଓଡ୍ରାଫ୍ ମୁତୟନ
ଦୃତ ଗତିରେ ମାଡ଼ି ଆସୁଛି ବାତ୍ୟା 'ମୋନ୍ଥା' । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସମୀକ୍ଷା କରିଛନ୍ତି । SRC ଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ହୋଇଛି । 8 ଜିଲ୍ଲା ରେଡ୍ ଜୋନରେ ରହିଛି କହିଲେ ମନ୍ତ୍ରୀ । ଏହିସବୁ ଜିଲ୍ଲାରେ ବାତ୍ୟାର ପ୍ରତିଫଳନ ରହିବ ।
ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି ରେଡ ଜୋନ ଅନ୍ତର୍ଭୁକ୍ତ କରାଯାଇଛି । ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ମଧ୍ୟ ରେଡ ଜୋନରେ । ଖୋର୍ଦ୍ଧା, ପୁରୀ, ନୟାଗଡ଼ ପରି ଜିଲ୍ଲା ପ୍ରଭାବିତ ହେବ । ଭଦ୍ରାକ, ଜଗତସିଂପୁର ମଧ୍ୟ ପ୍ରଭାବିତ ହୋଇପାରେ । କେବଳ ରେଡ ନୁହେଁ, ସମସ୍ତ ପ୍ରକାର ୱାର୍ଣ୍ଣିଂ ପାଇଁ ସଜାଗ କରୁଛୁ କହିଲେ ମନ୍ତ୍ରୀ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପ୍ରସ୍ତୁତି ସଂପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି। ସମ୍ଭାବ୍ୟ ବାତ୍ୟା 'ମନ୍ଥା'ର ମୁକାବିଲା ପାଇଁ ୮ ଜିଲାରେ ୧୨୮ଟି ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି।

ବୈଠକ ପରେ ରାଜୀବ ଭବନଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ପୂଜାରୀ କହିଲେ ଯେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାକୁ ୬ କିଲୋମିଟର ବେଗରେ ଗତି କରୁଛି ।












Click it and Unblock the Notifications