Get Updates
Get notified of breaking news, exclusive insights, and must-see stories!

ବାତ୍ୟା 'ମୋନ୍ଥା': କେମିତି ପ୍ରସ୍ତୁତ ରାଜ୍ୟ ସରକାର ?

ବାତ୍ୟା 'ମୋନ୍ଥା'ର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରବିବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପ୍ରସ୍ତୁତି ସଂପର୍କରେ ଅନୁଷ୍ଠିତ ବୈଠକରେ ବିଶଦ ଭାବେ ଆଲୋଚନା କରିଛନ୍ତି ।

ତେବେ ରାଜ୍ୟରେ ବାତ୍ୟାର କୋପ ରହିଥିବାରୁ 8ଟି ଜିଲ୍ଲାକୁ ରେଡ୍ ଜୋନ୍ ଘଷଣା କରାଯାଇଛି । ଏପଟେ ରେଡଜୋନରେ ଦୁଇ ଦିନ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର । ତେବେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ଆସନ୍ତାକାଲି (ମଙ୍ଗଳବାର) ଓ ୨୯ ତାରିଖରେ ରାଜ୍ୟରେ ବିଶେଷ ପ୍ରଭାବ ଦେଖାଦେବ ।

Cyclone Montha How prepared is the state government

ଦୁଇ ଦିନ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର ଏବଂ ସ୍କୁଲ-

ରେଡ୍ ଜୋନ ଜିଲ୍ଲାରରେ 2 ଦିନ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ରେଡ୍ ଜୋନ ଜିଲ୍ଲାରେ 28 ଏବଂ 29 ତାରିଖରେ ବାତ୍ୟା 'ମୋନ୍ଥା' ପାଇଁ ଦୁଇ ଦିନ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର । ତେବେ ବାତ୍ୟା ସ୍ଥିତିକୁ ଦେଖି ଏହି ସମସ୍ତ ଜିଲ୍ଲାରେ ଜିଲ୍ଲାପାଳ 30 ତାରିଖରେ ଅଙ୍ଗନବାଡି ଖୋଲା କିମ୍ବା ବନ୍ଦ ନିଷ୍ପତ୍ତି ନେବେ ।

ଏପଟେ ଗଞ୍ଜାମରେ ୨ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ କରାଯାଇଛି । ଆଜି ଓ ଆସନ୍ତାକାଲି ୨୮ ତାରିଖରେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ପର୍ଯ୍ୟଟନସ୍ଥଳୀ ଆସନ୍ତା ୩ ଦିନ ଯାଏଁ ବନ୍ଦ ରହିବ । ଗୋପାଳପୁର, ସୋନପୁର ବେଳାଭୂମି ମଧ୍ୟ ବନ୍ଦ । ଗଂଜାମ ଜିଲ୍ଲାରେ ଜନ ଅଭିଯୋଗଶୁଣାଣି ବି ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ସହ ସ୍କୁଲ ଘର ଓ ଗୋଷ୍ଠୀ କେନ୍ଦ୍ରଗୁଡ଼ିକୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଧାନ ଅମଳର ସମୟ ହୋଇଥିବାରୁ ଆଗାମୀ କିଛି ଘଣ୍ଟା ମଧ୍ୟରେ ନିଜର ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ସହରାଞ୍ଚଳଗୁଡ଼ିକ ଜଳମଗ୍ନ ହେବାର ଆଶଙ୍କା ରହିଥିବାରୁ ଆବଶ୍ୟକ ସ୍ଥଳେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଥିପାଇଁ ଆଗୁଆ ପାଣି ପମ୍ପର ବ୍ୟବସ୍ଥା କରାଯାଉଛି । ଜଳସମ୍ପଦ ବିଭାଗ ସହିତ ମଧ୍ୟ ନଦୀର ଜଳସ୍ତର ନେଇ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।

ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି, "ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି । ରେଡ୍‌ ଜୋନ୍‌ରେ ଥିବା ୮ଟି ଜିଲ୍ଲାରେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇଯାଇପାରେ । ୨୮/୨୯ ତାରିଖ ବେଳକୁ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ଏବଂ ୩୦ ତାରିଖ ବେଳକୁ ପ୍ରଭାବ ହ୍ରାସ ପାଇବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୧୨୮ଟି ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ଦଳଙ୍କୁ ୮ଟି ଜିଲ୍ଲାରେ ମୁତୟନ କରାଯାଇଛି । ଜିଲ୍ଲାପାଳମାନଙ୍କୁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବିପଦ ଆଶଙ୍କା ଥିବା ସ୍ଥାନମାନଙ୍କରୁ ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବେ ଗର୍ଭବତୀ-

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଶକ୍ତି ବିଭାଗ ସହ ଆଲୋଚନା ହୋଇଛି । ଡାକ୍ତରଖାନା, ଜରୁରୀ ସେବା, ପାନୀୟ ଜଳ ଯୋଗାଇଦେବା ପାଇଁ ବିକଳ୍ପ ଶକ୍ତିର ବ୍ୟବସ୍ଥା କରାଯାଇଛି । ବୟସ୍କ, ଶିଶୁମାନଙ୍କୁ ଆଗୁଆ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆସନ୍ନ ପ୍ରସବାମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଭଳି ଉଚ୍ଚସ୍ଥାନରେ ଥିବା ଲୋକମାନଙ୍କୁ ସମତଳ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଲେଣି । ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ସେହିଭଳି ସମୁଦ୍ର କୂଳରେ ରହୁଥିବା ପର୍ଯ୍ୟଟକମାନେ ମଧ୍ୟ ସମୁଦ୍ର ତଟକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+