Cyclone Montha: ଅଗ୍ନିଶମ ବିଭାଗ କେତେ ପ୍ରସ୍ତୁତ ?

ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ମୋନ୍ଥା'। ମଙ୍ଗଳବାର ସକାଳ ସୁଦ୍ଧା ଏହା ଭୟଙ୍କର ବାତ୍ୟା କିମ୍ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ସେହିପରି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର କାକିନାଡା ନିକଟବର୍ତ୍ତୀ ମଛଲିପଟନମ୍‌ ଏବଂ କଳିଙ୍ଗାପଟନମ୍‌ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କି.ମି. ରହିବ ଏବଂ ଝଟକା ପବନର ବେଗ ୧୧୦ କି.ମି. ଛୁଇଁବ। ଏହାର ପ୍ରଭାବ ସାରା ରାଜ୍ୟର ଜଳବାୟୁ ଉପରେ ପଡ଼ିବ। ବାତ୍ୟା କାକିନାଡ଼ାରୁ ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟା 'ମନ୍ଥା'କୁ ନେଇ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲାରେ ଏଥିଯୋଗୁଁ ଭୂସ୍ଖଳନ(ଲ୍ୟାଣ୍ଡ ସ୍ଲାଇଡ୍‌) ଆଶଙ୍କା ରହିଛି।

Cyclone Montha

ବିଶେଷକରି ଗଜପତି ଜିଲାର ଆର୍‌ ଉଦୟଗିରି, ହୁମା, ମୋହନା ଓ ରାୟଗଡ଼ା, ମାଲକାନଗିରି ଜିଲା ଖଇରପୁଟ ବ୍ଲକର ମୁଦୁଲିପଡ଼ା, ବଣ୍ଡାଘାଟି, ଚିତ୍ରକୋଣ୍ଡା ଓ କଳାହାଣ୍ଡିର କଳିଙ୍ଗାଘାଟି, ଥୁଆମୂଳ ରାମପୁର ଏବଂ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ସରୋଡ଼ା ଆଦି ଅଞ୍ଚଳର କିଛି ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଖସି ଭୂସ୍ଖଳନ ହେବା ଭୟ ରହିଛି। ଯେକୌଣସି ସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାରୁ ଗଜପତିର ମହେନ୍ଦ୍ରଗିରି ପର୍ଯ୍ୟନ୍ତ ପାହାଡ଼ିଆ ଅଞ୍ଚଳ ଲମ୍ବିଛି।

ମାଟି ଅତଡ଼ା ଖସିବା ସହ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ପାହାଡ଼ିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଯିବା ଲାଗି ପରାମର୍ଶ ଦିଆଯାଇଛି। କିଛି ଅସୁବିଧା ହେଲେ ସ୍ଥାନୀୟ ପ୍ରଶାସନର ସହଯୋଗ ନିଅନ୍ତୁ ଓ ସୂଚନା ଦିଅନ୍ତୁ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ସେହିଭଳି ବାତ୍ୟାର ମୁକାବିଲା ସହ ଲୋକଙ୍କୁ ସ୍ଥାନାନ୍ତର ଓ ଉଦ୍ଧାର ଲାଗି ୧୩୦ ଦଳ ସକ୍ରିୟ ଅଛନ୍ତି। ବାତ୍ୟା ପ୍ରଭାବିତ ହେବାକୁ ଥିବା ଗଜପତି, ମାଲକାନଗିରି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ କଳାହାଣ୍ଡି ଜିଲାକୁ ଅଗ୍ନିଶମ ଦଳ ଯାଇଛନ୍ତି। ଜଳବନ୍ଦୀ ଭଳି ସମସ୍ୟା ଉପୁଜିଲେ, ତୁରନ୍ତ ଲୋକଙ୍କୁ ଉଦ୍ଧାର କରିବା ଲାଗି ଯଥେଷ୍ଟ ଡଙ୍ଗା ମହଜୁଦ ରହିଛି। ଏଥିସହ ଡାକ୍ତରଖାନା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପାଣି ଜମା ହୋଇ ରହିଲେ, ଯୁଦ୍ଧକାଳୀନଭିତ୍ତିରେ ନିଷ୍କାସନ ବ୍ୟବସ୍ଥା କରାଯିବ। ରାସ୍ତାରେ ଗଛ ପଡ଼ି ଅବରୋଧ ହେଲେ ତୁରନ୍ତ ସଫା କରାଯିବ। ଯେମିତି ରିଲିଫ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଗାଡ଼ି ଯିବାରେ କୌଣସି ଅସୁବିଧା ହେବନି, ତା'ଉପରେ ବି ଗୁରୁତ୍ବ ଦିଆଯାଉଛି। ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଜ୍ଞ ଅଗ୍ନିଶମ ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି।

ଅନୁରୂପ ଭାବେ ସମୁଦ୍ର କୂଳଗୁଡ଼ିକରେ ଲାଇଫଗାର୍ଡମାନେ ସଜାଗ ଅଛନ୍ତି। ପୁରୀରେ ଅଗ୍ନିଶମ ବିଭାଗ ପକ୍ଷରୁ ୧୦୦ ଜଣ ଲାଇଫଗାର୍ଡ ଓ ଗୋପାଳପୁରରେ ୫୦ରୁ ଅଧିକ ଲାଇଫଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଲୋକଙ୍କୁ ସମୁଦ୍ର ଭିତରକୁ ନ ଛାଡ଼ିବା ପାଇଁ ନିର୍ଦେଶ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+