ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା': କାଲି ସଂଧ୍ୟା କିମ୍ବା ରାତିରେ ଲ୍ୟାଣ୍ଡଫଲ୍

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା' । କାକିନାଡ଼ା ଠାରୁ ୬୮୦ କିମି ଦୂରରେ ଅବସ୍ଥିତ 'ମୋନ୍ଥା'। ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି 'ମୋନ୍ଥା' । ଆସନ୍ତା ୧୨ ଘଣ୍ଟା ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ ।

କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ 'ମୋନ୍ଥା' । କାଲି ସଂଧ୍ୟା କିମ୍ବା ରାତିରେ ଲ୍ୟାଣ୍ଡଫଲ୍ କରିବ 'ମୋନ୍ଥା'। ମଛଲିପଟନମ ଓ କଳିଙ୍ଗପଟନମ ମଝି କାକିନାଡ଼ା ଦେଇ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ।

Cyclone Montha formed in Bay of Bengal

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ୨୮ ତାରିଖ ସୁଦ୍ଧା ବାତ୍ୟା ରୂପ ନେବାକୁ ଯାଉଥିବା ବେଳେ ଏଥିପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶା ପାଇଁ ୪୦ଟି ଟିମ୍ ପ୍ରସ୍ତୁତ କରିଥିବା ବେଳେ ଏନ୍‌ଡିଆରଏଫ୍‌ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛି । ତିନୋଟି ଟିମ୍ ଆନ୍ଧ୍ର ଗସ୍ତ କରିଥିବା ବେଳେ ସେଠାରେ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ ।

ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ୨୭ ତାରିଖରେ ମାଲକାନଗିରି, କୋରାପୁଟ, ନରବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ୮ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଵାର୍ଣ୍ଣିଂ ଜାରି କରାଯାଇଛି। ଏଥିପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ମୋଟ ୪୦ଟିମ୍ ପ୍ରସ୍ତୁତ କରାଯାଇଛି। ପ୍ରତି ଟିମ୍‌ରେ ଗୋଟିଏ ଲେଖାଏଁ ଅଗ୍ନିଶମ ଗାଡ଼ି, ବୋଟ୍, ଓବିଏମ୍, ପ୍ରାୟ ୪ଟି ପାଵାର ସ, ଲାଇଭ୍‌ ବଏ, ଲାଇଫ୍ ଜ୍ୟାକେଟ୍, ପମ୍ପ, ଗାଡ଼ି ପାଇଁ ପର୍ଯ୍ୟାପ୍ତ ତେଲ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଟିମ୍‌ରେ ଜଣେ ଫାୟାର ଅଫିସର, ଫାୟାରମ୍ୟାନ୍‌ ୪ ଜଣ, ହାବିଲଦାର ଜଣେ, ଡ୍ରାଇଭର ନିୟୋଜିତ ହୋଇଛନ୍ତି।

ଏହି ଟିମ୍‌ଗୁଡ଼ିକୁ ଉପରୋକ୍ତ ଜିଲ୍ଲା ଦାୟିତ୍ବରେ ରଖାଯାଇଛି। ଏହାବାଦ୍ ରାଜ୍ୟର ସମସ୍ତ ଅଗ୍ନିଶମ କେନ୍ଦ୍ରରେ ଗୋଟିଏ ଲେଖାଏଁ ଟିମ୍‌କୁ ସଜାଗ ରଖାଯିବା ସହିତ ଉପରୋକ୍ତ ଯନ୍ତ୍ରାଂଶ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଅଗ୍ନିଶମ ଅଧିକାରୀଙ୍କ ଛୁଟି ବାତିଲ୍ଲ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାବାଦ କଟକ ମୁଣ୍ଡଳିରେ ଥିବା ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ୧୩ଟି ଟିମ୍ ପ୍ରସ୍ତୁତ କରାଯାଇଛି। ଗୋଟିଏ ଟିମ୍ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ଦୁଇଟି ଟିମ୍ ଭାଇଜାଗ୍ ଯାଇଛି। ପ୍ରତି ଟିମ୍‌ରେ ୩ ଜଣ ଅଫିସର ଓ ୩୨ ଜଣ ଯବାନ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍‌ରେ ଓବିଏମ୍, ବୋଟ୍‌, ଗଛ କଟା ଯନ୍ତ୍ରାଂଶ, ଦଉଡ଼ି, ଡିପ୍ ଡାଇଭିଂ ସେଟ୍, ଅମ୍ଳଜାନ ସିଲିଣ୍ଡର ଇତ୍ୟାଦି ଯୋଗାଇ ଦିଆଯାଇଛି। ପ୍ରତି ଟିମ୍‌ ସହିତ ଗୋଟିଏ ଲେଖାଏଁ ବୋଲୋରୋ, ବସ୍ ଓ ଟ୍ରକ୍ ସାମିଲ ହୋଇଛି। ଏନ୍‌ଡିଆର୍‌ଏଫ୍ ପକ୍ଷରୁ ଏହି ତିନି ଟିମ୍‌କୁ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ଡକ୍ଟର ତୀର୍ଥବାସୀ ସାହୁ ନେତୃତ୍ବ ନେଉଥିବା ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+