Cyclone Montha Eye: ବାତ୍ୟାର ଆଖି ମାନେ କଣ ?
ବାତ୍ୟାର ଆଖି ମାନେ କଣ ? ବାତ୍ୟା ଆସିଲେ ବାତ୍ୟାର ଆଖି କଥା ଆସେ । ବାତ୍ୟାର ଆଖିକୁ ନେଇ ଜୋରଦାର ହୁଏ ଆଲୋଚନା । ବାତ୍ୟାର ଆଖି ସମୁଦ୍ର ଭିତରେ କେଉଁଠି ଅଛି ତାହାକୁ ନେଇ ପାଣିପାଗ ବିଜ୍ଞାନୀ ବିଭିନ୍ନ କଥା କୁହନ୍ତି, ହେଲେ ବାତ୍ୟାର ଆଖି କଣ ? ଏହା କେମିତି ଦିଶେ ଓ ଏହା କେତେ ଭୟଙ୍କର ? ତାହା ଜାଣିଛନ୍ତି କି ?
ବାତ୍ୟା ସ୍ଥଳଭାଗକୁ ପାଖେଇ ଆସିଲେ ବାତ୍ୟା ଆଖି ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଏ । ପ୍ରକୃତରେ କହିବାକୁ ଗଲେ ବାତ୍ୟା କେନ୍ଦ୍ରୀଭୂତ ହୋଇଥିବା ସ୍ଥାନ ବା ଏହାର ମଧ୍ୟସ୍ଥଳକୁ 'ଆଖି' ବୋଲି କୁହାଯାଏ । ଏହି ସ୍ଥାନଟି କିନ୍ତୁ ବାତ୍ୟାର ବାହ୍ୟଭାଗ ତୁଳନାରେ ଆଶ୍ଚର୍ଯ୍ୟଜନକ ଭାବେ ଖୁବ୍ ଶାନ୍ତ । ସାଧାରଣତଃ ଏହି 'ଆଖି'ର ପରିଧି ବା ଆକାର ୩୦ରୁ ୬୫ କିଲୋମିଟର ବ୍ୟାସାର୍ଦ୍ଧର ହୋଇଥାଏ । ଏହାର ଚାରିପଟେ ରହିଥାଏ ଏକ ବଳୟ । ଏହି ବଳୟ ହିଁ ଭୟଙ୍କର ଝଡ଼ ବାତ୍ୟାକୁ ଧରି ରଖିଥାଏ ।

ବାତ୍ୟାର ବଳୟ ହଁ ବାତ୍ୟାକୁ ବଳ ଯୋଗାଏ ବୋଲି କହିଲେ ଭୁଲ ହେବନି । ତେବେ ଆପଣଙ୍କୁ କହି ରଖୁଛୁ ଯେତେବେଳେ ସମୁଦ୍ରର ପାଣି ଗରମ ହୁଏ ଏବଂ ଗରମ ପବନ ଉପରକୁ ଉଠିବା ଆରମ୍ଭ କରେ ସେତେବେଳେ ହିଁ ଏହା ବାତ୍ୟାର କାରଣ ସାଜେ । ସମୁଦ୍ରରେ ପବନ ଗରମ ହେବାପରେ ଏକ ନିମ୍ନ ଚାପ ସୃଷ୍ଟି କରେ । ଏହାପରେ ଗରମ ପବନ ଉପରକୁ ଉଠିବା ଆରମ୍ଭ କରେ, ଯାହା ଫଳରେ ସେଠାରେ ବାଦଲ ସୃଷ୍ଟି ହୁଏ ଏବଂ ଗରମ ପବନର ସ୍ଥାନ ପୂରଣ କରିବାକୁ ଥଣ୍ଡା ପବନ ତଳକୁ ଆସେ । ଯେତେବେଳେ ଏହି ଚକ୍ର ଦ୍ରୁତ ଗତିରେ ଚାଲେ, ବିଜୁଳି ଚମକେ ଏବଂ ପ୍ରବଳ ପବନ ସହିତ ଆରମ୍ଭ ହୋଇଯାଏ ବର୍ଷା ।
ଶୀତଳ ବାୟୁ ଓ ଗରମ ପବନ ପରସ୍ପର ସ୍ଥାନ ନେଇ ସୃଷ୍ଟି ହୋଇଥିବା ଚକ୍ର ଏତେ ଦ୍ରୁତ ଗତିରେ ଚାଲେ ଯେ ଏକ ଗୋଲାକାର ରୂପ ନିଏ, ଯାହାର କେନ୍ଦ୍ରରେ ଏକ ନିମ୍ନ ଚାପ କ୍ଷେତ୍ର ରହିଥାଏ । ସମୁଦ୍ର ଜଳ ବାଷ୍ପୀକରଣ ପରେ ସୃଷ୍ଟି ହୁଏ ନିମ୍ନ ଚାପ । ଫଳରେ ଆଖପାଖର ଶୀତଳ ବାୟୁ ବିପରୀତ ଦିଗରୁ ଏହି ସ୍ଥାନକୁ ଗତି କରନ୍ତି । ସେହି ବାୟୁ ମଧ୍ୟ ବାଷ୍ପ ହୋଇ ଉପରକୁ ଉଠିବା ସହ ମେଘ ତିଆରି କରିଥାଏ । ଏହି ପ୍ରକ୍ରିୟା ଚାଲୁ ରହେ ଯାହା ନିଏ ବାତ୍ୟାର ରୂପ । ବାତ୍ୟା ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗତି କରେ । ଏହା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟାକୁ କୁହାଯାଏ 'ଲ୍ୟାଣ୍ଡଫଲ୍' । ପ୍ରାୟତଃ ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହେବାର ଚତୁର୍ଥ ଦିନରେ ହିଁ ଏହାର ଲ୍ୟାଣ୍ଡଫଲ୍ ହୋଇଥାଏ । ଏବେ ବଙ୍ଗୋପାସାଗରରେ ବାତ୍ୟା ସୃଷ୍ଟି ହେବାପରେ ସ୍ଥଳଭାଗ ମୁହାଁ ହୋଇଛି । ବାତ୍ୟା ମୁକାବିଲା ପାଇଁ ସରକାର ଓ ପ୍ରଶାସନ ଉଭୟ ସଜାଗ ରହିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications