ବାତ୍ୟା ମୋନ୍ଥା ; ଆଜି ସଂଧ୍ୟା ୫ଟା ସୁଦ୍ଧା ଲୋକଙ୍କ ସ୍ଥାନାନ୍ତର
ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ଉଦ୍ଧାର ଏବଂ ରିଲିଫ ଅପରେସନ ପାଇଁ ସବୁ ତୟାରି ହୋଇଛି। ୧୨୮ଟି ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାକୁ ଗଲେଣି। ଆଜି ସଂଧ୍ୟା ୫ଟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ଶେଷ ହେବ। ତୁରନ୍ତ ସ୍ଥାନାନ୍ତରଣ ପାଇଁ ରୋଗୀ, ବୃଦ୍ଧ ଏବଂ ଗର୍ଭବତୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।

ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ ଏବଂ ହଲ୍ ଗୁଡ଼ିକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରଖାଯାଇଛି। ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଇ ସମସ୍ତ ଡାକ୍ତରଖାନାରେ ଔଷଧ ଓ ବ୍ୟାକଅପ୍ ପାୱାର୍ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଭୂସ୍ଖଳନର ଆଶଙ୍କା ଥିବା ବିପଦସଙ୍କୁଳ ପାହାଡ଼ିଆ ଅଞ୍ଚଳରେ ତିନି ଦିନ ପାଇଁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଜଙ୍ଗଲ ଏବଂ ବିଦ୍ୟୁତ୍ ବିଭାଗକୁ ଭଙ୍ଗାରୁଜା ସଫା କରିବା ଓ ବିଦ୍ୟୁତ୍ ଯୋଗାଣ ବଜାୟ ରଖିବା ପାଇଁ ଯନ୍ତ୍ରପାତି ସହିତ ପ୍ରସ୍ତୁତ ରଖାଯାଇଛି। ଉପକୂଳବର୍ତ୍ତୀ ହୋଟେଲଗୁଡ଼ିକୁ ଚାରି ଦିନ ପାଇଁ ପର୍ଯ୍ୟଟକଙ୍କ ଗତିବିଧିକୁ ସୀମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।












Click it and Unblock the Notifications