Get Updates
Get notified of breaking news, exclusive insights, and must-see stories!

Cyclone Montha: ଆଜିଠୁ ୧୧ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

ରାଜ୍ୟ ସରକାର ରାଜ୍ୟର ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ୨୮ ଓ ୨୯ ତାରିଖ ଦୁଇ ଦିନ ସ୍କୁଲ୍‌ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯାଇପାରେ। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି।

ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବିଦ୍ୟାଳୟ ଗୃହଗୁଡ଼ିକ ବ୍ୟବହାର କରାଯାଇପାରେ। ଡିଇଓମାନେ ଆବଶ୍ୟକ ସମୟରେ ସମ୍ପୃକ୍ତ ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା କରି ସମୟୋଚିତ ପଦକ୍ଷେପ ଗ୍ରହଣ କରିବେ। ସମସ୍ତ ଶ୍ରେଣୀ ଗୃହରେ ଏବଂ ଅନ୍ୟାନ୍ୟ କୋଠରୀଗୁଡ଼ିକରେ ବିଦ୍ୟୁତ୍‌ ଚଳାଚଳକୁ ବନ୍ଦ ରଖିବେ। ବିଦ୍ୟାଳୟରେ ଥିବା ସମସ୍ତ ଶୈକ୍ଷିକ ଉପକରଣ ଓ ଆସବାବପତ୍ରକୁ ସୁରକ୍ଷିତ ସ୍ଥାନରେ ରଖିବେ। ବାତ୍ୟା ପରେ ସମସ୍ତ ଉପକରଣ ଓ ଆସବାବପତ୍ର ପରିଚାଳନାକୁ ସୁନିଶ୍ଚିତ କରିବେ। ଯଦି ବାତ୍ୟାରେ କୌଣସି କ୍ଷୟକ୍ଷତି ହୋଇଥାଏ ତେବେ ପ୍ରଧାନଶିକ୍ଷକ ପରବର୍ତ୍ତୀ ସମୟରେ ଆକଳନ କରି ଡିଇଓଙ୍କୁ ଜଣାଇବେ।

Cyclone Montha

ଡିଇଓ ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳ ଓ ସମ୍ପୃକ୍ତ ନିର୍ଦ୍ଦେଶକଙ୍କୁ ଜଣାଇବେ। ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ହେଉଥିବା ଚାଉଳକୁ ରିଲିଫ୍‌ କାର୍ଯ୍ୟରେ ବ୍ୟବହାର କରିପାରିବେ ଏବଂ ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ରିଲିଫ କମିସନରଙ୍କଠାରୁ ଭରଣା କରାଯିବ। ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶକ ନିଜ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ 'କଣ୍ଟ୍ରୋଲ୍‌ ରୁମ୍‌' ଖୋଲିବେ ଏବଂ ଡିଇଓଙ୍କ ଯୋଗାଯୋଗରେ ରହିବେ। ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ମଧ୍ୟ ୨୪ ଘଣ୍ଟିଆ 'କଣ୍ଟ୍ରୋଲ୍‌ ରୁମ୍‌' ଖୋଲିବ।

ମଙ୍ଗଳବାର ସନ୍ଧ୍ୟାରୁ ବାତ୍ୟା 'ମୋନ୍ଥା'ର ଲ୍ୟାଣ୍ଡଫଲ୍‌ ଆରମ୍ଭ ହେବ। ମଛଲିପଟନମ୍‌ ଓ କଳିଙ୍ଗପଟନମ୍‌ ମଝିରେ କାକିନାଡ଼ା ପାଖାପାଖି ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁପାରେ। ଓଡ଼ିଶା ଭଳି ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଶୂନ ମୃତାହତ ଉପରେ ଗୁରୁତ୍ୱ ଦେଇଛନ୍ତି। ରାତିରେ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ସମୀକ୍ଷା ବୈଠକ କରି ସବୁ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

କାକିନାଡ଼ା ଜିଲ୍ଲାପାଳ ସନମୋହନ୍‌ ସଗିଲିଙ୍କ ନେତୃତ୍ୱରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବେଳାଭୂମି ସିଲ୍‌ କରିଦିଆଯାଇଛି। ପୁଲିସ ବ୍ୟାରିକେଡ଼ ଲଗାଇ ଜଗି ରହିଥିବା ବେଳେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍‌ଣରେ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ ପି. ନାରାୟଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଥିଲେ। ମନ୍ତ୍ରୀ କହିଛନ୍ତି, ସମୁଦ୍ର ଭିତରକୁ ଯାଇଥିବା ସମସ୍ତ ୬୧୭ଟି ଡଙ୍ଗା ଆସି ସାରିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ବିଭିନ୍ନ ସ୍କୁଲ୍, କଲେଜ ହଷ୍ଟେଲରେ ଥିବା ୧୪,୫୦୦ ଅନ୍ତେବାସୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ୧୪୨ ଜଣ ଗର୍ଭବତୀଙ୍କ ସମେତ ୩୦୦୦ରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ୨୬୯ଟି ଆଶ୍ରୟସ୍ଥଳୀକୁ ନିଆଯାଇଛି। ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ର ଶତାଧିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ୧୦୧ଟି ସରକାରୀ କୋଠାକୁ ଆଶ୍ରୟସ୍ଥଳୀ ଭାବେ ପ୍ରସ୍ତୁତ କରି ରଖାଯାଇଛି।

ଅନ୍ୟପଟେ ଉପ୍ପଡ଼ା ଉପକୂଳ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ସେଠାରେ ଆଜି ସକାଳୁ ଭୀଷଣ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ସମୁଦ୍ର ଅଶାନ୍ତ ରହିବା ସହ ଉପ୍ପଡାଠାରେ କୂଳ ଲଙ୍ଘିଛି। ଉପ୍ପଡ଼ା, କୋଠପଲ୍ଲୀ, ଥଲାରବୁ, ଥୋଡ଼ାଙ୍ଗି ଓ କାକିନାଡ଼ା ଗ୍ରାମାଞ୍ଚଳକୁ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଟିମ୍‌ ପଠାଯାଇଛି। ବେଳାମାର୍ଗକୁ ପୁଲିସ ବାହିନୀ ଜଗି ରହିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+