Cyclone Montha: ବାତ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କରୁଛି ପ୍ରଶାସନ
ଗଜପତି ଜିଲ୍ଲାରେ ୯୪୦ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର । ୯୧ ଜଣ ଗର୍ଭବତୀଙ୍କୁ ମଧ୍ୟ କରାଗଲା ସ୍ଥାନାନ୍ତର । ଝିପିଝିପି ବର୍ଷାରେ ସ୍ଥାନାନ୍ତର କଲା ପ୍ରଶାସନ । ଜିଲ୍ଲାରେ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ। ପାତ୍ରପୁରରେ ୩୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର।
ଆଙ୍କୁଲି, ବୁରାତାଲ, ତୁମ୍ବା ପଞ୍ଚାୟତର ୩୦୦ ଲୋକ ସ୍ଥାନାନ୍ତରିତ। ସ୍କୁଲ୍ ଓ କଲ୍ୟାଣମଣ୍ଡପରେ ୩୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର । ୯ ଗର୍ଭବତୀ ପାତ୍ରପୁର ମେଡିକାଲରେ ଭର୍ତ୍ତି।

ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା। ଗତକାଲି ରାତିରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଏବେ ଗୋପାଳପୁରଠାରୁ ୮୫୦ ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ାଠାରୁ ୬୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟା ପ୍ରତି ୧୬ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି।
କାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବ । କାଲି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ରାତି ଭିତରେ ଆନ୍ଧ୍ର ଉପକୂଳକୁ ମାଡ଼ି ଆସିବ ବାତ୍ୟା। ମଛଲିପଟନମ୍ ଓ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ସାଇକ୍ଲୋନ୍ ସ୍ଥଳଭାଗ ଅତିକ୍ରମ କରିବ।
ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ। ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ। ଏବେଟୁ କାକିନଡ଼ାରେ ପଡ଼ିଲାଣି ବାତ୍ୟା ପ୍ରଭାବ । ସମୁଦ୍ର ଅଶାନ୍ତ ହେବା ସହିତ ବର୍ଷା ବି ଆରମ୍ଭ ହୋଇଗଲାଣି । ଆସନ୍ତାକାଲି ସକାଳୁ ପବନର ବେଗ ବଢିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
• ମାଡ଼ିଆସୁଛି ମୋନ୍ଥା'
• ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା
• ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା
• ଗୋପାଳପୁରଠାରୁ ୮୫୦ କିଲୋମିଟର ଦୂରରେ ବାତ୍ୟା
• କାକିନାଡ଼ାଠାରୁ ୬୮୦ କିମି ଦୂରରେ ମୋନ୍ଥା
• କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ
• କାଲି ସନ୍ଧ୍ୟାରୁ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
• କାଲି ରାତି ଭିତରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍
• ଲ୍ୟାଣ୍ଡଫଲ୍ ବେଳେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ
• ସମୁଦ୍ର ଅଶାନ୍ତ ସହିତ ଆରମ୍ଭ ହେଲାଣି ବର୍ଷା
• ଆସନ୍ତାକାଲି ସକାଳୁ ପବନର ବେଗ ବଢିପାରେ
• ରେଡ୍ ଜୋନରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା
• ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ରେଡ୍ ଜୋନ୍
• ରେଡ୍ ଜୋନରେ ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି
• ୮ ଜିଲ୍ଲାକୁ ଗଲେଣି ୧୨୮ଟି ଉଦ୍ଧାରକାରୀ ଟିମ୍
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା












Click it and Unblock the Notifications