Cyclone Michaung: ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ୍, ଏହି ସବୁ ରାଜ୍ୟକୁ ବର୍ଷା ଆଲର୍ଟ
ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ୍ । ଯେଉଁଥିପାଇଁ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାରେ ଆଜି ମଧ୍ୟ ପ୍ରବଳ ବର୍ଷା ହେବ। ଓଡିଶା ଏବଂ ଝାଡଖଣ୍ଡ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।
ଆନ୍ଧ୍ର ଉପକୁଳ ବାପାଟଲାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏବେ ୯ କିଲୋମିଟର ବେଗରେ ଗତି କରୁଛି । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ନେଲୋରରୁ ୩୦ କିଲୋମିଟର ଓ ବାପାଟଲାରୁ ୧୩୦କିଲୋମିଟର ଦୂରରେ ରହିଛି ମିଗଜୋମ ।
ବାତ୍ୟା ମିଗଜୋମ୍ ପ୍ରଭାବରେ ଆନ୍ଧ୍ର ଉପକୂଳର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟରୁ ଧରଣର ବର୍ଷା ହେଉଛି । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।
ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୦୦ କିଲୋମିଟର ରହିବ । ପବନର ଝଟକା ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହ ସାଇକ୍ଲୋନ୍ ମିଗଜୋମ୍ ଉପରେ ଆଲୋଚନା କରିଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ସେ କେନ୍ଦ୍ର ସରକାରଙ୍କ ତରଫରୁ ବ୍ୟାପକ ସହାୟତା କରିବାକୁ ନିଶ୍ଚିତ କରିଛନ୍ତି ।
ଚେନ୍ନାଇରେ ସାଇକ୍ଲୋଥନ୍ 'ମିଚୋଙ୍ଗ' ଯୋଗୁଁ ବର୍ଷା ସମ୍ବନ୍ଧୀୟ ଘଟଣାରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଦୁଇଜଣ ବ୍ୟକ୍ତି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ବେଳେ ବେସାନ୍ତ ନାଗର ଅଞ୍ଚଳରେ ଏକ ଗଛ ତାଙ୍କ ଉପରେ ପଡ଼ିଯିବା ପରେ ଜଣଙ୍କର ଜୀବନ ଯାଇଥିଲା । ଏଥିସହ ସହରର ବର୍ଷା ପ୍ରଭାବିତ ଅଞ୍ଚଳରେ ପୁରୁଷ ଓ ମହିଳାଙ୍କ ଦୁଇଟି ଅଜ୍ଞାତ ମୃତଦେହ ମିଳିଛି ।












Click it and Unblock the Notifications