ଆସୁଛି ବାତ୍ୟା: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ଅବପାତ

Weather Update: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ଅବପାତ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣିତ ହେବାର ସମ୍ଭାବନା ରହିଛି । ଏବେ ପୁଡୁଚେରୀ ଓ ଚେନ୍ନାଇ ଠାରୁ ୬୩୦ କିମି ଦୂରରେ ଅବସ୍ଥିତ ରହିଛି । ଆସନ୍ତାକାଲି ସୁଦ୍ଧା ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ୪ ତାରିଖ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ସେହିପରି ୫ ତାରିଖ ସୁଦ୍ଧା ନେଲୋର ଓ ମଛଲିପଟ୍ଟନମ ଉପକୂଳ ମଧ୍ୟ ଦେଇ ଅତିକ୍ରମ କରିବ ବାତ୍ୟା । ଅତିକ୍ରମ କରିବା ବେଳେ ପବନର ବେଗ ସର୍ବାଧିକ ୧୦୦କିମି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବାତ୍ୟା ପ୍ରଭାବରେ ଓଡ଼ିଶାରେ ବଦଳିବ ପାଗ । ସମ୍ଭାବ୍ୟ ବାତ୍ୟା ଯୋଗୁଁ ଆସନ୍ତା 3 ତାରିଖରେ ରାଜ୍ୟରେ ପାଗ ବଦଳିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭବନା ଅଧିକ ରହିଛି । 5 ରୁ 7 ଯାଏଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ-ଉତ୍ତର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ ।

Weather Update

ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ସମେତ ଉପକୂଳର ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆସନ୍ତା 6 ତାରିଖରେ ବାତ୍ୟାର ସର୍ବାଧିକ ପ୍ରଭାବ ଓଡ଼ିଶା ଉପରେ ପଡିବ ।

ଦକ୍ଷିଣ ଉପକୂଳ ଓଡ଼ିଶାର 17 ଟି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ଆକଳନ କରାଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଆଉଏକ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବାରୁ ଶୀତ ଫେରିବା ଆଶା କମ୍ ରହିଛି । ଓଡ଼ିଶା ଉପକୂଳରେ 35-55 କିମି ବେଗରେ ପବନ ବହିବ । 5 ତାରିଖରେ ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି ।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରବଳ ବର୍ଷା । ତାମିଲନାଡୁରେ ସମ୍ଭାବ୍ୟ ବାତ୍ୟାକୁ ଦେଖି ମୁତୟନ କରାଯାଇଛି NDRF ଟିମ୍ । ପ୍ରବଳ ବର୍ଷା ଯୋଗୁଁ କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ବାତ୍ୟା ଦକ୍ଷିଣ-ପଶ୍ଚିମ ଦିଗରେ ମୁହାଁଇ 4 ତାରିଖ ଭୋର ବେଳକୁ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ଅନୁମାନ କରାଯାଉଛି । ଏହାପରେ ସମ୍ଭାବ୍ୟ ବାତ୍ୟା କୁଆଡେ ଗତି କରିବ । ଅଧିକ ବଳ ଜୁଟାଇବ ନା ଦୁର୍ବଳ ହେବ । ସେ ନେଇ ସ୍ପଷ୍ଟ ଆକଳନ କରାଯାଇନି । ତଥାପି କେତେକ ମଡେଲ ଅନୁସାରେ ଏହା ଦିଗ ବଦଳାଇ ଆନ୍ଧ୍ରରେ ମାଡ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+