Cyclone Michaung: ଦୁର୍ବଳ ହେଉଛି ମିଗଜୋମ ! ଭିଜୁଛି ଦକ୍ଷିଣ ଓଡ଼ିଶା
ବାତ୍ୟା ମିଗଜୋମ ଦୁର୍ବଳ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଞ୍ଚଳରେ ଗୋଟିଏ ଗଭୀର ଅବପାତ ଭାବେ କେନ୍ଦ୍ରୀଭୂତ ରହିଛି । ଏହା ଉତ୍ତର ଆଡକୁ ଗତିକରିବା ସହ ଆଗାମୀ ୬ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଗୋଟିଏ ଅବପାତ ଏବଂ ପରବର୍ତୀ ୬ଘଣ୍ଟାରେ ଗୋଟିଏ ସୁଦୃଶଃ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।
ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍ । ଆଉ ଚାରିଆଡେ ସ୍ଥିତି ବେହାଲ । ଭାସୁଛି ଚେନ୍ନାଇ । ରାସ୍ତାରେ କୁମ୍ବୀର୍ । ଘର ଦୁଆର ଖାଲି ପାଣି ଆଉ ପାଣି । ଯୁଆଡ଼େ ଦେଖିଲେ ସିଆଡେ ପାଣି। ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି ।

ବାତ୍ୟା 'ମିଗଜୋମ' ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ତେବେ ଓଡ଼ିଶାରେ ବାତ୍ୟାର ଭୟ ନାହିଁ ବୋଲି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ। ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେଉଛି । ଆଜି ପାଗ ବଦଳିବାର ସମ୍ଭାବନା ରହିଛି ଯିବ।
ଏହି ବାତ୍ୟାରେ ଏପର୍ଯ୍ୟନ୍ତ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। 'ମିଗଜୋମ'ର ପ୍ରଭାବ ଓଡ଼ିଶାରେ ସେତେଟା ପଡି ନ ଥିଲେ ମଧ୍ୟ କେତେକ ଜିଲାରେ ମଧ୍ୟ ବର୍ଷା ଲାଗି ରହିଛି । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ୬ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।












Click it and Unblock the Notifications