ଭୀଷଣ ବାତ୍ୟାର ରୂପ ନେଲା 'ମିଗଜୋମ', ଆସନ୍ତାକାଲି କରିବ ଲାଣ୍ତଫଲ୍

Cyclone Michaung Updates in odia: ଭୀଷଣ ବାତ୍ୟାର ରୂପ ନେଲା 'ମିଗଜୋମ' । ଖବର ଲେଖିବା ସମୟରେ ଏହା ଚେନ୍ନାଇଠାରୁ ୯୦ କିଲୋମିଟର ଦୂରରେ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ୮ କିଲୋମିଟର ବେଗରେ ଗତି କରୁଛି ଏବଂ ଧାରେ ଧୀରେ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିଲା ସୂଚନା ଅନୁସାରେ, ଏହା ଆସନ୍ତାକାଲି ଆନ୍ଧ୍ର ଉପକୂଳରେ ଲାଣ୍ତଫଲ୍ କରିବ ।

ଏହି ବାତ୍ୟା ଆନ୍ଧ୍ରପ୍ରଦେଶର ନେଲୋର୍ ଏବଂ ମଛଲିପଟନମ୍ ମଧ୍ୟରେ ସ୍ଥଳ ଭାଗ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୦୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ବାତ୍ୟା ଓଡ଼ିଶା ନିକଟତର ହେବା ବେଳକୁ ଦୁର୍ବଳ ହୋଇସାରିଥିବ ଏବଂ ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନେରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

Cyclone Michaung

ସେହିପରି ତେଲେଙ୍ଗାନାକେ ଅନେକ ଜିଲ୍ଲାରେ ଘୂର୍ଣ୍ଣିବଳୟ ପ୍ରବାହିତ ହେଉଛି। ଏନ୍‌ନୋର ହାଇୱେର ଅନେକ ସ୍ଥାନରେ ଗଛ ପଡିରହିଛି ଫଳରେ ଯାତାୟତ ପାଇଁ ବାଧା ସୃଷ୍ଟି ହେଉଛି । ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାରେ ଆଜି ଛୁଟି ଘୋଷଣା ହୋଇଥିବାବେଳେ ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରମ୍ ଏବଂ ଚେଙ୍ଗାଲପାଟ୍ଟୁ ଜିଲ୍ଲାରେ ଘରୋଇ କମ୍ପାନୀ କର୍ମଚାରୀମାନେ ଆଜି ଘରୁ କାମ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+