ବର୍ଷ ଶେଷରେ ଆସୁଛି ବାତ୍ୟା 'ମାଣ୍ଡୋସ୍': ଜାଣନ୍ତୁ ଓଡିଶାରେ କଣ ରହିବ ପ୍ରଭାବ ?
ବର୍ଷ ଶେଷରେ ଆସୁଛି ବାତ୍ୟା 'ମାଣ୍ଡୋସ୍' । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ମାଣ୍ଡୋସ୍' । ଲଘୁଚାପ ସକ୍ରିୟ ଥିବା ବେଳେ ଆଜି ସନ୍ଧ୍ୟା ବେଳେକୁ ଏହା ଅବପାତର ରୂପ ନେଇପାରେ ବୋଲି ଆଇଏମଡି ଆକଳନ କରିଛି । ପରବର୍ତୀ ସମୟରେ ଅବପାତ ଆହୁରି ଘନିଭୂତ ହୋଇ ବାତ୍ୟାର
Cyclone Mandous Update: ବର୍ଷ ଶେଷରେ ଆସୁଛି ବାତ୍ୟା 'ମାଣ୍ଡୋସ୍' । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ମାଣ୍ଡୋସ୍' । ଲଘୁଚାପ ସକ୍ରିୟ ଥିବା ବେଳେ ଆଜି ସନ୍ଧ୍ୟା ବେଳେକୁ ଏହା ଅବପାତର ରୂପ ନେଇପାରେ ବୋଲି ଆଇଏମଡି ଆକଳନ କରିଛି । ପରବର୍ତୀ ସମୟରେ ଅବପାତ ଆହୁରି ଘନିଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

ଆସନ୍ତା ୮ ତାରିଖ ସୁଧା ତାମିଲନାଡୁ, ପଣ୍ଡିଚେରୀ ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତି ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା 'ମାଣ୍ଡସ୍' ଲ୍ୟାଣ୍ଡଫଲ୍ କରିବା ନେଇ ଜଣାପଡ଼ିଛି । ଏହାର ପ୍ରଭାବରେ ତାମିଲନାଡୁ -ପୁଡ଼ୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ଏହାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।
ସେହିପରି ସମ୍ଭାବ୍ୟ ବାତ୍ୟା 'ମାଣ୍ଡସ୍' ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୭ ତାରିଖ ମଧ୍ୟ ରାତ୍ରୀ ସୁଦ୍ଧା ତାମିଲନାଡ଼ୁ ଓ ପଣ୍ଡିଚେରୀର ଉତ୍ତର ଉପକୂଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୯ ରେ ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଏନେଇ ତାମିଲନାଡୁର ୮ ଜିଲ୍ଲାକୁ ରେଡ ଆର୍ଲଟ ଜାରି କରାଯାଇଛି ।
ସମ୍ଭାବ୍ୟ ବାତ୍ୟା ଯୋଗୁଁ ପବନର ବେଗ ବଢିବ । ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗର ପବନ ବହିବ । ୭ ତାରିଖରେ ଘଣ୍ଟା ପ୍ରତି ୭୫ କିମି ଓ ୮ ତାରିଖରେ ୭୦-୮୦ କିମି ବେଗରେ ପବନ ବହିବ । ଏନେଇ ମତ୍ମ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।












Click it and Unblock the Notifications