ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ, ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି
ଆଜି ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗଭୀର ଅବପାତ । ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମାଣ୍ଡୋସ୍ ।
ଭୁବନେଶ୍ୱର: ଆଜି ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗଭୀର ଅବପାତ । ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମାଣ୍ଡୋସ୍ । ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ନଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ବାତ୍ୟା ମାଣ୍ଡୋସ୍ ପଶ୍ଚିମ ତାମିଲନାଡୁ, ପୁଡୁଚେରୀ କିମ୍ବା ଦକ୍ଷିଣ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ନେଇ ଅନୁମାନ କରାଯାଉଛି । ବାତ୍ୟା 'ମାଣ୍ଡୋସ୍' ପ୍ରଭାବରେ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ତାମିଲନାଡୁ ଓ ପୁଡ୍ଡୁଚେରୀର ଅଧିକାଂଶ ପ୍ରାନ୍ତରେ ବିଜୁଳି ଘଡ଼ଘଡ଼ି ସଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଛି।
ଅନ୍ୟପଟେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନଥିଲେ ମଧ୍ୟ ବାତ୍ୟାର ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୦ ତାରିଖ ଦିନ ଏହି ସବୁ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଏହାର ପରବର୍ତ୍ତୀ ୨ ଦିନ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଯୋଗୁ ରାତ୍ରି ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ।
କବିରଖୁ କି, ବାତ୍ୟା 'ମାଣ୍ଡୋସ୍' ର ନାମକରଣ କରିଛି ସଂଯୁକ୍ତ ଆରବ ଏମିରେଟ୍ ବା ୟୁଏଇ। ଆରବିକ୍ ଭାଷାର ଏହି ଶବ୍ଦର ଅର୍ଥ 'ସିନ୍ଦୁକ'। ମୌସୁମୀ ପ୍ରବାହଜନିତ ବର୍ଷାଋତୁ ପରେ ଏହା ହେବ ବଙ୍ଗୋପସାଗରରେ ଦ୍ବିତୀୟ ସାମୁଦ୍ରିକ ବାତ୍ୟା । ଏହା ପୂର୍ବରୁ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା 'ସିତ୍ରାଙ୍ଗ୍' ବାଂଲାଦେଶ ଉପକୂଳରେ ସ୍ଥଳଭାଗକୁ ପ୍ରବେଶ କରିଥିଲା।












Click it and Unblock the Notifications