Cyclone: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା ୨୨ ତାରିଖ ପାଖାପାଖି ଲଘୁଚାପ ସୃଷ୍ଟି ସମ୍ଭାବନା
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆଉ ଆଗକୁ ଅବପାତର ରୂପ ନେଇପାରେ । ଏତିକି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୨ ତାରିଖ ପାଖାପାଖି ଲଘୁଚାପ ସୃଷ୍ଟି ସମ୍ଭାବନା । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ।
ଲଘୁଚାପ ସୃଷ୍ଟି ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିପାରେ । ୨୪ ତାରିଖ ପାଖାପାଖି ଏହା ଅବପାତର ରୂପ ନେଇପାରେ । 'ଏଯାବତ୍ କୌଣସି ବାତ୍ୟା ଆକଳନ କରାଯାଇନି,ଭୟଭୀତ ହୁଅନ୍ତୁନି ।

ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପ୍ରାଥମିକ ସ୍ତରରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ନେଇ GFX ଏବଂ ECMWF ମଡେଲ୍ ପ୍ରାକ୍ ପୂର୍ବାନୁମାନ କରିଛି, ସମ୍ଭବତଃ ଆସନ୍ତା ୨୫ କିମ୍ବା ୨୬ ତାରିଖ ବେଳକୁ ଏହା ଛୋଟ ବାତ୍ୟା କିମ୍ବା ଗଭୀର ଅବପାତର ରୂପ ନେଇପାରେ । ଏଥିରେ ପବନ କମ୍ ଅଧିକ ବର୍ଷା ଅଜାଡ଼ିପାରେ ।
ଯଦି ଆକଳନ ସତ ହୁଏ ତେବେ ତୃତୀୟ ପର୍ଯ୍ୟାୟ ଭୋଟ୍ ୨୫ ତାରିଖ ଦିନ ବଡ଼ ବର୍ଷା ହୋଇପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । ସମୁଦ୍ର ଜଳପତନ ତାପମାତ୍ରା ୩୪ ରୁ ୩୫ ଡିଗ୍ରୀ ରହୁଛି । ସାଧାରଣତଃ ସମୁଦ୍ର ଜଳପତନ ତାପମାତ୍ରା ୨୬ ଡିଗ୍ରୀ ଡେଇଁଲେ ବାତ୍ୟା ଦାନା ବାନ୍ଧିବାକୁ ଅନୁକୂଳ ପରିବେଶ ହୋଇଥାଏ ।












Click it and Unblock the Notifications