Get Updates
Get notified of breaking news, exclusive insights, and must-see stories!

ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା, ସ୍ପଷ୍ଟଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେଲା ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ଲଘୁଚାପ । ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବ ।

Cyclone

ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ୨୭ତାରିଖ ପର୍ଯ୍ୟନ୍ତ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରିବା ସହ ଘନୀଭୂତ ହେବ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ୨୭ ତାରିଖରେ ସ୍ପଷ୍ଟ ହେବ। କିନ୍ତୁ ଅବପାତରେ ପରିଣତ ହେବା ପରେ ୨ରୁ ୩ଦିନ ଆହୁରି ଘନୀଭୂତ ହେବା ସମ୍ଭାବନା ଥିବାରୁ ଏହା ଶକ୍ତିଶାଳୀ ହେବା ଆଶଙ୍କା ରହିଛି । ବିଭିନ୍ନ ପାଣିପାଗ ମଡେଲରେ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରିଛନ୍ତି ।

ତେବେ ରାଜ୍ୟରେ ଆଗାମୀ ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ସେଥିପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ଲଘୁଚାପ ପାଇଁ ୨୭ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+