Get Updates
Get notified of breaking news, exclusive insights, and must-see stories!

Cyclone Jawad: 'ଜୱାଦ' ର ଅର୍ଥ କ’ଣ ? କିଏ ଦେଲା ଏମିତି ନାଁ ?

ଆସୁଛି ବାତ୍ୟା 'ଜୱାଦ' । ଡିସେମ୍ବରରେ ଆସୁଛି ବାତ୍ୟା । ପାଖାପାଖି 119 ବର୍ଷ ପରେ ଓଡିଶାରେ ଡିସେମ୍ବର ମାସରେ କୌଣସି ବାତ୍ୟା ଆସୁଛି । ତେବେ ଏହି ବାତ୍ୟାର 'ଜୱାଦ' କାହିଁକି । 'ଜୱାଦ' ର ଅର୍ଥ କଣ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆମେ ଦେବୁ ଆପଣଙ୍କୁ...

ନୂଆଦିଲ୍ଲୀ: ଆସୁଛି ବାତ୍ୟା 'ଜୱାଦ' । ଡିସେମ୍ବରରେ ଆସୁଛି ବାତ୍ୟା । ପାଖାପାଖି 119 ବର୍ଷ ପରେ ଓଡିଶାରେ ଡିସେମ୍ବର ମାସରେ କୌଣସି ବାତ୍ୟା ଆସୁଛି । ତେବେ ଏହି ବାତ୍ୟାର 'ଜୱାଦ' କାହିଁକି । 'ଜୱାଦ' ର ଅର୍ଥ କଣ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆମେ ଦେବୁ ଆପଣଙ୍କୁ...

 Cyclone Jawad

ସୂଚନାଥାଉ କି, ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇ ସାରିଛି । ଆଗାମି ୧୨ ଘଣ୍ଟାରେ ଡିପ୍ରେସନରେ ପରିଣତ ହେବ । ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ । ଡିପ୍ରେସନ ହେବା ପରେ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ । ତେବେ ଏହା ପ୍ରଭାବରେ ଆସନ୍ତାକାଲି ରାତିରୁ ଆରମ୍ଭ ହୋଇଯିବ ବର୍ଷା, ପବନ । ଏହି ସମୟରେ ପବନ ବେଗ ସର୍ବାଧିକ ୯୦ରୁ ୧୦୦ କି.ମି ରହିବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ଆମେ ଆପଣଙ୍କୁ କହିରଖୁ ଯେ, ସାଉଦି ଆରବ ଏହି ଘୂର୍ଣ୍ଣିବଳୟକୁ 'ଜୱାଦ' ନାମ ଦେଇଛି। ଯାହାର ଅର୍ଥ ହେଉଛି 'ଦୟାଳୁ' । ତେଣୁ ଆଶା କରାଯାଏ ଯେ ଏହି ବାତ୍ୟା ଅଧିକ ବିନାଶକାରୀ ହେବ ନାହିଁ ।

ନାମକରଣ ପ୍ରକ୍ରିୟା କ'ଣ ?

ବାସ୍ତବରେ, ବାତ୍ୟାର ନାମ ପ୍ରତ୍ୟେକ ଦେଶର ପାଣିପାଗ ବିଭାଗ ଦ୍ୱାରା ରଖାଯାଇଥାଏ । କିନ୍ତୁ 1953 ବର୍ଷ ପୂର୍ବରୁ ଏ ବାବଦରେ କୌଣସି ସଂଗଠନ ନଥିଲା । ତେଣୁ ଏହାର ଆକାଳନ କରାଯାଇ ପାରୁ ନଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ରଖି 1953 ମସିହାରୁ ବିଶ୍ୱ ପାଣିପାଗ ବିଭାଗ ଏକ ଚୁକ୍ତିନାମା ଅନୁଯାୟୀ ଏକ କମିଟି ଗଠନ କରି ପୃଥିବୀର ସମସ୍ତ ସାଇକ୍ଲୋନର ରେକର୍ଡ ରଖିବା ପାଇଁ ଚୁକ୍ତି କରିଥିଲା । କିନ୍ତୁ ସେତେବେଳେ ମଧ୍ୟ ଏଥିରେ ଅନେକ ସମସ୍ୟା ଦେଖାଦେଇଥିଲା । ତେଣୁ ଭାରତ 2004 ମସିହାରେ 8ଟି ଉପକୂଳ ଦେଶ ମଧ୍ୟରେ ଏକ ଚୁକ୍ତିନାମା କରି ସେମାନେ ବିକଳ୍ପ ଭାବରେ ବାତ୍ୟାର ନାମକରଣ କରିଥିଲା। ସେହି ଦିନଠାରୁ ବାତ୍ୟାର ନାମକରଣ ଆରମ୍ଭ ହୋଇଥିଲା । ପରେ, ଏହି ତାଲିକାରେ ଅଧିକ ଦେଶ ଯୋଡା ହୋଇ ଯାଇଥିଲେ ଏବଂ ବର୍ତ୍ତମାନ ସେମାନଙ୍କର ସଂଖ୍ୟା 13 କୁ ବୃଦ୍ଧି ପାଇଛି ।

ସେହି 13 ଟି ଦେଶ

  • ଭାରତ
  • ବାଂଲାଦେଶ
  • ମିଆଁମାର
  • ପାକିସ୍ତାନ
  • ମାଲଦ୍ୱୀପ
  • ଓମାନ
  • ଶ୍ରୀଲଙ୍କା
  • ଥାଇଲ୍ୟାଣ୍ଡ
  • ଇରାନ
  • କତାର
  • ସାଉଦି ଆରବ
  • ସଂଯୁକ୍ତ ଆରବ ଏମିରେଟ୍ସ
  • ୟେମେନ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+