ଜୱାଦ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେଉଛି
ଭୁବନେଶ୍ବର: ବଙ୍ଗୋପସାଗର ଉତ୍ତରପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ସ୍ଥଳରେ ଥିବା ଗଭୀର ଅବପାତ ଜଓ୍ୱାଦ୍ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି ଏବଂ ଏହା ପରବର୍ତ୍ତୀ ସମୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛିା ଏହି ଅବପାତ ଆଜି ଅପରାହ ୨.୩୦ ମିନିଟରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀର ନିକଟତର ହୋଇ ବଙ୍ଗୋପସାଗରର ଉତ୍ତରପଶ୍ଚିମରେ କେନ୍ଦ୍ରୀଭୂତ ହୋଇଛିା ଏହା ପୁରୀର ଦକ୍ଷିଣପୂର୍ବ ଦିଗରେ ୫୦ କିମି ଦୂରରେ, ପାରାଦ୍ୱୀପର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୦୦ କିମି ଦୂରତା ଏବଂ ଗୋପାଳପୁରର ପୂର୍ବ-ଉତ୍ତରପୂର୍ବ ଦିଗରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛିା ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଅବପାତ କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେଉଛି ଏବଂ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ପୁନର୍ବାର ଏହା ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟରେ ରୂପାନ୍ତରିତ ହେବାର ସମ୍ଭାବନା ଅଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କୋହଲା ପବନ ୪୫-୫୫ କିମି ଘଣ୍ଟା ପ୍ରତି ପ୍ରବାହିତ ହେବା ସହିତ କେତେକ ସ୍ଥାନରେ ୬୫ କିମି ଘଣ୍ଟା ପ୍ରତି ପବନ ବହିବାର ସମ୍ଭାବନା ରହିଛିା ପବନର ବେଗ କ୍ରମଶଃ କମିଯାଇ ପରବର୍ତ୍ତୀ ୧୨ ଘଣ୍ଟା ସମୟରେ ଏହା ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ବହିବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ କେନ୍ଦ୍ରୀୟ, ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ-ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ଯିବା ନିମନ୍ତେ ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ସାମୁଦି୍ରକ ବନ୍ଦରଠାରେ ସ୍ଥାନୀୟ ସତର୍କତା ସିଗ୍ନାଲ୍-୩ ଜାରି କରାଯାଇଛି ।
ଉପକୂଳବର୍ତ୍ତୀ ଜିଲ୍ଲାରେ ହୋଇଥିବା ବର୍ଷାର ରେକର୍ଡ:
ସାମୁଦ୍ରିକ ବାତ୍ୟା ଜଓ୍ୱାଦର ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗତ ୨୪ ଘଣ୍ଟାରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଛିା ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ହାରାହାରି ୪୭.୮ ମିମି, ଜଗତସିଂହପୁରରେ ୩୮.୩ ମିମି, କେନ୍ଦ୍ରାପଡ଼ାରେ ୩୫.୭ ମିମି, ଖୋର୍ଦ୍ଧା ଜିଲ୍ଲାରେ ୩୩ ମିମି, ପୁରୀ ଜିଲ୍ଲାରେ ୨୫.୫ ମିମି, ଭଦ୍ରକ ଜିଲ୍ଲାରେ ୨୧.୬ ମିମି, ନୟାଗଡ଼ ଜିଲ୍ଲାରେ ୨୧.୬ ମିମି, କଟକ ଜିଲ୍ଲାରେ ୨୦.୫ ମିମି, ଯାଜପୁରରେ ୧୮.୨ ମିମି, ବାଲେଶ୍ୱରରେ ୧୬.୯ ମିମି, ବୌଦ୍ଧରେ ୧୫.୩ ମିମି, ଢେଙ୍କାନାଳରେ ୧୧ ମିମି ଏବଂ ଗଜପତି ଜିଲ୍ଲାରେ ୧୦.୫ ମିମି ବୃଷ୍ଟିପାତ ହୋଇଛି ।

ରାଜ୍ୟରେ ହାରାହାରି ୧୧.୮ ମିମି ବୃଷ୍ଟିପାତ ପରିଲକ୍ଷିତ ହୋଇଛିା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ରେ ସର୍ବାଧିକ ୧୫୮ମିମି ବୃଷ୍ଟିପାତ ରେକର୍ଡ କରାଯାଇଛିା ସେହିପରି ୧୨ଟି ବ୍ଲକ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ମିମିରୁ ଊ-ର୍ ଓ ୫୮ଟି ବ୍ଲକ୍ରେ ୨୦-୫୦ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି । ବାତ୍ୟା ପ୍ରଭାବିତ ୬ ଜିଲ୍ଲାରେ ୧୨୦ଟି ଆଶ୍ରୟସ୍ଥଳୀ ରହିଛି, ଯେଉଁଥିରେ ପାଖାପାଖି ୪୦୦୦ ଲୋକ ବର୍ତ୍ତମାନ ଆଶ୍ରୟ ନେଇଛନ୍ତିା ପ୍ରାୟ ୪୦୦ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛିା ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ୨୬୬ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛିା ରାଜ୍ୟ ସରକାରଙ୍କ ତରଫରୁ ପରିସ୍ଥିତି ଉପରେ ନଜର ରଖାଯାଇଛିା ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ ସମେତ କଟକ, ଭୁବନେଶ୍ୱର ସହରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମସ୍ତ ଉପକୂଳବର୍ତ୍ତୀ ଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଅଛନ୍ତିା ରାଜ୍ୟ ସରକାର ବାତ୍ୟାର ଗତିବିଧି ଓ ପ୍ରଭାବ ଉପରେ ତୀå ଦୃଷ୍ଟି ରଖିଛନ୍ତି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications