ବାତ୍ୟା ପରିପ୍ରେକ୍ଷୀରେ ୧୯ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଜୱାଦକୁ ଯୋଗୁ ପାଠପଢା ବ୍ୟାଘାତ ହେବ ସହିତ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୧୯ଟି ଜିଲ୍ଲାରେ ସ୍କୁଲ ଛୁଟି ପାଇଁ ଘୋଷଣା କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବାତ୍ୟା ଜୱାଦ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ସ୍କୁଲ ବନ୍ଦ ରହିବ।

ବାତ୍ୟା ଦ୍ଵାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଛୁଟି ରହିବ । ସେହିପରି କେନ୍ଦ୍ରାପଡା, କୋରାପୁଟ, ରାୟଗଡା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, ମୟୂରଭଞ୍ଜର ଆଦି ଜିଲ୍ଲାରେ ସ୍କୁଲ ବନ୍ଦ ରହିବାକୁ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।












Click it and Unblock the Notifications