ଅବପାତର ରୂପ ନେଲା ଲଘୁଚାପ, କାଲି ନେବ ବାତ୍ୟାର ରୂପ

ଅବପାତର ରୂପ ନେଲା ଲଘୁଚାପ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ପରେ ଏହା ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ ।

ଭୁବନେଶ୍ୱର: ଅବପାତର ରୂପ ନେଲା ଲଘୁଚାପ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ପରେ ଏହା ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ । ଏବେ ଗୋପାଳପୁର ଠାରୁ ୧୦୨୦ କିମି ଓ ପାରାଦ୍ୱୀପ ଠାରୁ ୧୦୬୦କିମି ଦୂରରେ ରହିଛି ଏହି ଅବପାତ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

cyclone jawad

ଆସନ୍ତାକାଲ (ଶୁକ୍ରବାର) ସଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ । ପରେ ୪ ତାରିଖ ଅର୍ଥାତ ଶନିବାର ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ୩ ତାରିଖରେ ଗଞ୍ଜାମ, ଗଜପତି ସହ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହେବ ।

ଏଥିପାଇଁ ୧୪ଟି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି । ଏହାସହ ମତ୍ସ୍ୟଜୀବୀ ମାନଙ୍କୁ ସମଦ୍ରରୁ ଫେରି ଆସିବାକୁ କୁହାଯାଇଥିବା ବେଳେ ଏବେ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିଥିବା ସୂଚନା ମିଳିଛି । ୩ରୁ ୫ ମଧ୍ୟରେ ମାଛଧରା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ସେହିଭଳି ଚାଷୀ ମାନଙ୍କୁ ନିଜର ଅମଳ ଫସଲକୁ ତୁରନ୍ତୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳ ଜମିରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+