For Quick Alerts
Turn On Notification  
For Daily Alerts
Oneindia App Download

ଧାନ ଚାଷୀଙ୍କୁ ବାତ୍ୟା ଭୟ: କଟା ହେଲାଣି କଞ୍ଚା ଧାନ

ଧାନ ଅମଳ ସମୟରେ ବର୍ଷା ଆଶଙ୍କା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ଭଦ୍ରକ ଜିଲ୍ଲାରେ ତରତର ହୋଇ କଞ୍ଚା ଧାନକୁ କାଟି ନେଉଛନ୍ତି ଚାଷୀ ।

|

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ପ୍ରକାଶ ପାଇଛି । ଧାନ ଅମଳ ସମୟରେ ବର୍ଷା ଆଶଙ୍କା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ଭଦ୍ରକ ଜିଲ୍ଲାରେ ତରତର ହୋଇ କଞ୍ଚା ଧାନକୁ କାଟି ନେଉଛନ୍ତି ଚାଷୀ । ଅଦିନରେ ଧାନ କାଟିଲେ ଧାନ ଅଗାଡି ହୋଇଯିବ ଜାଣିବା ପରେ ବି ବର୍ଷା ଭୟରେ ନାଚାର ଥିବା କହଛନ୍ତି ଚାଷୀ ।

cyclone jawad

ସେହିପରି ଅଦିନିଆ ବର୍ଷାରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖରିଫ ଧାନଚାଷ ପ୍ରଭାବିତ ହୋଇଛି । ଧାନ ଭିଜିବା ଫଳରେ ଧାନର ମାନ କମି ବିଶେଷ କ୍ଷତି ହୋଇଛି । ତେଣୁ ସ୍ୱତନ୍ତ୍ର ଟିମ୍ ଚାଷଜମି ପରିଦର୍ଶନ କରି କ୍ଷତିର ପରିମାଣ ଆକଳନ କରିବା ଏକର ପିଛା ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆଉ ଅମଳ ଧାନକୁ ସୁରକ୍ଷିତ ଭାବେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଧାନ ଅମଳ ସମୟରେ ବର୍ଷା ଆଶଙ୍କା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ବର୍ଷା ହେଲେ ବି ଯେମିତି କ୍ଷତି ପରିମାଣ କମ୍ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ବର୍ଷାରୁ ସୁରକ୍ଷା ଦେବା ପାଇଁ ଦିନ ରାତି ଏକ କରି ଧାନ କାଟୁଛନ୍ତି ଚାଷୀ । ବର୍ଷା ପୂର୍ବରୁ ବର୍ଷ ଯାକର ପରିଶ୍ରମକୁ କୌଣସି ମତେ ଉଦ୍ଧାର କରିବା ପାଇଁ ଲାଗିପଡିଛନ୍ତି । ଗଜପତିରୁ ମଧ୍ୟ ଆସିଛି ସମାନ ଦୃଶ୍ୟ । ସେହିପରି କେନ୍ଦ୍ରାପଡା ମହାକାଳପଡାରେ ଏବେ ହଜାର ହଜାର ହେକ୍ଟର ଚାଷ ଜମିରେ ହସୁଛି ଅମଳକ୍ଷମ ସୁନା ଫସଲ । ହେଲେ ବର୍ଷା ଆଶଙ୍କା ଚିନ୍ତାରେ ପକାଇଛି । ଜମିରେ ପାଣି ଥିଲେ ବି ଆଗକୁ ବର୍ଷା ଆସୁଥିବାରୁ ପାଣିରୁ ଧାନ କାଟିବାକୁ ବାଧ୍ୟ ହୋଇଛି ଚଷାପୁଅ ।

ନଭେମ୍ବର ୩୦ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ଡିସେମ୍ବର ୨ତାରିଖ ସୁଦ୍ଧା ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ । ଯଦି ଏହା ବାତ୍ୟାରେ ପରିଣତ ହୁଏ ଏହାର ନାମ 'ଜଓ୍ୱାଦ' ରଖାଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
cyclone jawad fear in odisha: farmers cuts raw paddy
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X