ଧାନ ଚାଷୀଙ୍କୁ ବାତ୍ୟା ଭୟ: କଟା ହେଲାଣି କଞ୍ଚା ଧାନ
ଧାନ ଅମଳ ସମୟରେ ବର୍ଷା ଆଶଙ୍କା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ଭଦ୍ରକ ଜିଲ୍ଲାରେ ତରତର ହୋଇ କଞ୍ଚା ଧାନକୁ କାଟି ନେଉଛନ୍ତି ଚାଷୀ ।
ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ପ୍ରକାଶ ପାଇଛି । ଧାନ ଅମଳ ସମୟରେ ବର୍ଷା ଆଶଙ୍କା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ଭଦ୍ରକ ଜିଲ୍ଲାରେ ତରତର ହୋଇ କଞ୍ଚା ଧାନକୁ କାଟି ନେଉଛନ୍ତି ଚାଷୀ । ଅଦିନରେ ଧାନ କାଟିଲେ ଧାନ ଅଗାଡି ହୋଇଯିବ ଜାଣିବା ପରେ ବି ବର୍ଷା ଭୟରେ ନାଚାର ଥିବା କହଛନ୍ତି ଚାଷୀ ।

ସେହିପରି ଅଦିନିଆ ବର୍ଷାରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖରିଫ ଧାନଚାଷ ପ୍ରଭାବିତ ହୋଇଛି । ଧାନ ଭିଜିବା ଫଳରେ ଧାନର ମାନ କମି ବିଶେଷ କ୍ଷତି ହୋଇଛି । ତେଣୁ ସ୍ୱତନ୍ତ୍ର ଟିମ୍ ଚାଷଜମି ପରିଦର୍ଶନ କରି କ୍ଷତିର ପରିମାଣ ଆକଳନ କରିବା ଏକର ପିଛା ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆଉ ଅମଳ ଧାନକୁ ସୁରକ୍ଷିତ ଭାବେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଧାନ ଅମଳ ସମୟରେ ବର୍ଷା ଆଶଙ୍କା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ବର୍ଷା ହେଲେ ବି ଯେମିତି କ୍ଷତି ପରିମାଣ କମ୍ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
ବର୍ଷାରୁ ସୁରକ୍ଷା ଦେବା ପାଇଁ ଦିନ ରାତି ଏକ କରି ଧାନ କାଟୁଛନ୍ତି ଚାଷୀ । ବର୍ଷା ପୂର୍ବରୁ ବର୍ଷ ଯାକର ପରିଶ୍ରମକୁ କୌଣସି ମତେ ଉଦ୍ଧାର କରିବା ପାଇଁ ଲାଗିପଡିଛନ୍ତି । ଗଜପତିରୁ ମଧ୍ୟ ଆସିଛି ସମାନ ଦୃଶ୍ୟ । ସେହିପରି କେନ୍ଦ୍ରାପଡା ମହାକାଳପଡାରେ ଏବେ ହଜାର ହଜାର ହେକ୍ଟର ଚାଷ ଜମିରେ ହସୁଛି ଅମଳକ୍ଷମ ସୁନା ଫସଲ । ହେଲେ ବର୍ଷା ଆଶଙ୍କା ଚିନ୍ତାରେ ପକାଇଛି । ଜମିରେ ପାଣି ଥିଲେ ବି ଆଗକୁ ବର୍ଷା ଆସୁଥିବାରୁ ପାଣିରୁ ଧାନ କାଟିବାକୁ ବାଧ୍ୟ ହୋଇଛି ଚଷାପୁଅ ।
ନଭେମ୍ବର ୩୦ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ଡିସେମ୍ବର ୨ତାରିଖ ସୁଦ୍ଧା ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ । ଯଦି ଏହା ବାତ୍ୟାରେ ପରିଣତ ହୁଏ ଏହାର ନାମ 'ଜଓ୍ୱାଦ' ରଖାଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications