ସମ୍ଭାବ୍ୟ ବାତ୍ୟା ‘ଜୱାଦ ପାଇଁ ବାତିଲ ହେଲା ୯୫ ଟ୍ରେନ୍
ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ବାତିଲ ହେଲା ଟ୍ରେନ୍ । ରେଳ ବିଭାଗ ବାତ୍ୟା ଜିୱାଦ ପାଇଁ ମୋଟ ୯୫ଟି ଟ୍ରେନ୍ ବାତିଲ କରିଦେଇଛି । ଆସନ୍ତା ୩ ଓ ୪ ତାରିଖରେ ଏହି ଟ୍ରେନ୍ ସବୁ ବାତିଲ କରିଦିଆଯାଇଛି । ଏନେଇ ପୂର୍ବତଟ ରେଳପଥ(east coast railway) ପକ୍ଷରୁ ସୂଚନା
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ବାତିଲ ହେଲା ଟ୍ରେନ୍ । ରେଳ ବିଭାଗ ବାତ୍ୟା ଜିୱାଦ ପାଇଁ ମୋଟ ୯୫ଟି ଟ୍ରେନ୍ ବାତିଲ କରିଦେଇଛି । ଆସନ୍ତା ୩ ଓ ୪ ତାରିଖରେ ଏହି ଟ୍ରେନ୍ ସବୁ ବାତିଲ କରିଦିଆଯାଇଛି । ଏନେଇ ପୂର୍ବତଟ ରେଳପଥ(east coast railway) ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀ-ଗୁଣପୁର, ଭୁବନେଶ୍ୱର-ରାମେଶ୍ୱରମ୍, ହାୱଡା-ମହିଶୂର, ଭୁବନେଶ୍ୱର-ସିକନ୍ଦରାବାଦ୍, ବିଶାଖାପାଟନା-ରାୟଗଡ଼ା ଟ୍ରେନ୍ ଗୁଡ଼ିକୁ ବାତିଲ କରି ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
.@RailMinIndia
— East Coast Railway (@EastCoastRail) December 1, 2021
As per forecast of Met Dept., Cyclone 'Jawad' may hit Odisha on 3rd - 4th Dec. For the safety of passengers 95 Trains originating from different destination and passing over ECoR and originating from ECoR have been cancelled as below:
JCO: JOURNEY COMMENCING ON pic.twitter.com/eJDakxI9wK
ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇ ସାରିଛି । ଆଗାମି ୧୨ ଘଣ୍ଟାରେ ଡିପ୍ରେସନରେ ପରିଣତ ହେବ । ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ । ଡିପ୍ରେସନ ହେବା ପରେ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ । ତେବେ ଏହା ପ୍ରଭାବରେ ଆସନ୍ତାକାଲି ରାତିରୁ ଆରମ୍ଭ ହୋଇଯିବ ବର୍ଷା, ପବନ । ଏହି ସମୟରେ ପବନ ବେଗ ସର୍ବାଧିକ ୯୦ରୁ ୧୦୦ କି.ମି ରହିବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।












Click it and Unblock the Notifications