ଦୁର୍ବଳ ହେଉଛି 'ବାତ୍ୟା ଜୱାଦ': ଜାଣନ୍ତୁ, କଣ କହିଲେ SRC ?

ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହେଉଛି । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ପହଞ୍ଚିଲା ବେଳକୁ ଏହାର ତୀବ୍ରତା କମିଯିବ ବୋଲି ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ।

ଭୁବନେଶ୍ୱର: ବାତ୍ୟା 'ଜୱାଦ' ଧୀରେ ଧୀରେ ଦୁର୍ବଳ ହେଉଛି । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ପହଞ୍ଚିଲା ବେଳକୁ ଏହାର ତୀବ୍ରତା କମିଯିବ ବୋଲି ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ। ଏ ନେଇ ସଦ୍ୟ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା।

cyclone jawad

'ବାତ୍ୟା ଜୱାଦ'କୁ ନେଇ କଣ କହିଲେ SRC ?

  • ଗୋପାଳପୁର ଠାରୁ ୩୧୦, ପୁରୀରୁ ୩୯୦, ପାରାଦ୍ୱୀପରୁ ୪୭୦ କି.ମି ଦୂରରେ ରହିଛି ।
  • ଘଣ୍ଟାକୁ ୬ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ।
  • ଆଜି ରାତି ୯ଟାରୁ ମଧ୍ୟରାତ୍ରୀ ଭିତରେ ଦିଗ ବଦଳାଇବ ।
  • ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ ।
  • ଲ୍ୟାଣ୍ଡଫଲ ବେଳକୁ ତୀବ୍ର ଅବପାତର ରୂପ ନେବ ।
  • ଏହି ସମୟରେ ଘଣ୍ଟାକୁ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ ।
  • ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ।
  • ଆଜି ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ ।
  • ପବନ ବେଗ କମିବା ଆକଳନ ଥିବାରୁ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ଆଶଙ୍କା କମ୍‌ ।
  • ପ୍ରବଳ ବର୍ଷା ଯୋଗୁଁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ।
  • ଧାନ ଓ ପନିପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ।
  • ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯିବ।
  • ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରି ସାରିଥିବ ।
  • ୦.୫ ମିଟର ଅଥାର୍ତ ପାଖାପାଖି ଦେଢ ଫୁଟ ଉଚ୍ଚର ଜୁଆର ଆସିପାରେ ।
  • ଆଜି ଜୁଆର ଠାରୁ ଆସନ୍ତାକାଲି ୦.୫ ମିଟର ଜୁଆର ଅଧିକ ଉଠିପାରେ ।
  • ଏଯାବତ ଦେଢ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ।
  • ପ୍ରଭାବିତ ଜିଲ୍ଲାରେ ୩ ଶହ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନିଆଯାଇଛି ।
  • ବର୍ଷା, ପବନ ବେଳେ କେହି ବାହାରକୁ ଯାଆନ୍ତୁ ନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+