ଉପକୁଳ ଛୁଇଁବ କି ବାତ୍ୟା ? ଓଡ଼ିଶାରେ କ’ଣ ରହିବ ପ୍ରଭାବ ?

ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୬ ତାରିଖ ସୁଦ୍ଧା ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ବାତ୍ୟା ନେଇ ସଠିକ୍‌ ଆକଳନ କରି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୬ ତାରିଖ ସୁଦ୍ଧା ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ବାତ୍ୟା ନେଇ ସଠିକ୍‌ ଆକଳନ କରି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।

Cyclone in Odisha

ତେବେ ବାତ୍ୟା ହେଲେ କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ତୀବ୍ରତା କେତେ ରହିବ ? ଏହି ସବୁର ଉତ୍ତର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି ବୋଲି ସେ କହିଛନ୍ତି । ଏବେ ପ୍ରଶ୍ନ ଉଠୁଛି...

ଓଡିଶା ଉପକୁଳ ଛୁଇଁବ କି ବାତ୍ୟା ? ଯଦି ହିଁ, ତେବେ ଓଡ଼ିଶା ଉପରେ କ'ଣ ରହିବ ବାତ୍ୟାର ପ୍ରଭାବ ?

ଓଡିଶା ଇତିହାସ କହୁଛି ମେ ମାସରେ ରାଜ୍ୟକୁ ଡରାଇଛି ଅନେକ ବାତ୍ୟା । ଯାହା ମଧ୍ୟରୁ ପ୍ରକୃତିର କରାଳ ରୂପ ଦେଖାଇଛି ମେ ମାସରେ ହୋଇଥିବା ବାତ୍ୟା ଫନି । ଛାରକାର କରି ଦେଇଥିଲା ଅଧା ଓଡିଶା । ତେବେ ପୁଣି ଏହି ସମ୍ଭାବ୍ୟ ବାତ୍ୟା ମେ' ମାସ ଆସୁଛି । ମେ' ମାସରେ ହିଁ ଲଘୁଚାପ, ସାଇକ୍ଲୋନିକ୍‌ କିମ୍ବା ସିଭିୟର ସାଇକ୍ଲୋନିକ୍‌ ରୂପ ନେଇଥାଏ । ତେଣୁ ବର୍ତ୍ତମାନ ସମୁଦ୍ରରେ ସୃଷ୍ଟି ହେଉଥିବା ଲଘୁଚାପ ଯଦି ସାଇକ୍ଲୋନିକ ରୂପ ନେବ ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡିପାରେ ବୋଲି ପୂର୍ବନୁମାନ କରଯାଉଛି ।

ତେବେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଘୂର୍ଣ୍ଣିବଳୟ ଉପରିସ୍ଥ ବାୟୁମଣ୍ଡଳରେ ସୃଷ୍ଟି ହୋଇଛି। ୬ ତାରିଖ ସୁଦ୍ଧା ତାହା ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ତା' ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ୨ ଦିନ ପାଇଁ ଗତି କରିବ। ଏହା କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହା ଦକ୍ଷିଣ ଆଣ୍ଡାମାନ ସାଗରରୁ ଧୀରେ ଧୀରେ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ।

Cyclone in Odisha

ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରେ ଏହା ଘନୀଭୂତ ହୋଇ ଆସନ୍ତା ୮ ତାରିଖରେ ଅବପାତରେ ପରିଣତ ହୋଇପରେ । ତେବେ ବାତ୍ୟାର ଦିଗ କୁଆଡ଼େ ହେବ, ତାହା ଜଣାପଡ଼ିନାହିଁ । ଏହା ଉପରେ ନିରନ୍ତର ନଜର ରଖାଯାଇଥିବା କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ମେ' ମାସରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟା ପାଇଁ ଅନୁକୂଳ କରିଥାଏ । ଓଡ଼ିଶା ଉପରେ ଏହାର କ'ଣ ପ୍ରଭାବ ରହିବ, ତାହା ବର୍ତମାନଠୁ କହିହେବନି ବୋଲି କହିଛନ୍ତି ଆଇଏମଡି ଡିଜି ।

ସେ ଆହୁରି କହିଛନ୍ତି, ସାଧାରଣତଃ ମେ ମାସରେ ଅଧିକ ବାତ୍ୟା ହୋଇଥାଏ। ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ ଯେ କେଉଁ ଉପକୂଳରେ ବାତ୍ୟା ପହଞ୍ଚିବ ଆଉ ତାହା କେତେ ତୀବ୍ରତର ହେବ।

ବାତ୍ୟା କିପରି ସୃଷ୍ଟି ହୁଏ ?

ସେ ସମ୍ପର୍କରେ ସୂଚନା ଦେଇ IMD ଡିଜି କହିଛନ୍ତି, ଘୂର୍ଣ୍ଣିବଳୟ ହେଉଛି ଏହି ପ୍ରକ୍ରିୟାର ସବୁଠୁ ଦୁର୍ବଳ ସିଷ୍ଟମ। ଘୂର୍ଣ୍ଣିବଳୟ ପ୍ରଥମେ ପୃଥିବୀରୁ ୫ କିମି ଉପରେ ସୃଷ୍ଟି ହୋଇଥାଏ। ଏହା କ୍ରମଶଃ ତଳକୁ ଅବତରଣ କରେ। ଏହା ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ। ତାହା ପରେ ଅବପାତ, ଗଭୀର ଅବପାତ, ବାତ୍ୟା ଓ ଅତି ପ୍ରବଳ ବାତ୍ୟାର ରୂପ ନେଇଥାଏ।

Cyclone in Odisha

ମେ' ମାସରେ କାହିଁକି ହୁଏ ବାତ୍ୟା ?

ବଙ୍ଗୋପସାଗର ଓ ଆରବସାଗରରେ ପ୍ରତିବର୍ଷ ୨ଟି ଋତୁରେ ବାତ୍ୟା ସୃଷ୍ଟି ହୁଏ । ଗୋଟିଏ ଏପ୍ରିଲରୁ ଜୁନ୍ ଓ ଅନ୍ୟଟି ଅକ୍ଟୋବରରୁ ଡିସେମ୍ବରରେ । ପାଣିପାଗ ବିଜ୍ଞନୀଙ୍କ ମତରେ ମୌସୁମୀ ଆସିବାର ପୂର୍ବ ମାସ ଓ ମୌସୁମୀ ଯିବା ପର ମାସରେ ଅଧିକ ବାତ୍ୟା ହୋଇଥାଏ । ସେପ୍ଟେମ୍ବର-ଅକ୍ଟୋବର ମାସରେ ହେଉଥିବା ବାତ୍ୟା ଅଧିକ ଘନିଭୂତ ହେଉଥିବାରୁ ଅଧିକ ଶକ୍ତିଶାଳୀ ହୋଇଥାଏ ।

କିଛି ବର୍ଷ ହେଲା ମେ' ମାସରେ ମଧ୍ୟ ବଡ଼ ବଡ଼ ବାତ୍ୟା ଆସୁଛି । ଏହା ପଛରେ ପ୍ରମୁଖ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍ ୱାର୍ମିଂ ବା ବିଶ୍ୱ ତାପମାତ୍ରା ବୃଦ୍ଧି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+