ଓଡ଼ିଶାକୁ ପୁଣି ବାତ୍ୟା ଭୟ: ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା

Cyclone Alert for Odisha: ଓଡ଼ିଶାକୁ ପୁଣି ବାତ୍ୟା ଭୟ । ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା । ଅକ୍ଟୋବରରେ ରହିଛି ଓଡି଼ଶାକୁ ବାତ୍ୟା ଭୟ (Cyclone) । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆକଳନ କରାଯାଇଛି । ଆଉ ଏହି ବାତ୍ୟାଟି ଓଡିଶା ମୁହାଁ ହୋଇପାରେ ବୋଲି କିଛି ମଡେଲରୁ ଏବେ ଠାରୁ ସ୍ପଷ୍ଟ ହୋଇଛି ।

ଆନ୍ତର୍ଜାତୀୟ ସଂସ୍ଥା ଆକ୍ୟୁ ଓ୍ବେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲେସ୍ ପୂର୍ବାନୁମାନ କରିଛନ୍ତି ଯେ, ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହା ସାମ୍ଭାବ୍ୟ ବାତ୍ୟାର ରୂପ ନେଇପାରେ।

ପାଣିପାଗ ଆକଳନ ସଂସ୍ଥା ଏନସେପ, ଜିଏଫଏସ୍, ଏନକାନ ଓ ୟୁରୋପିଆନ ମଡେଲ ଅନୁସାରେ, ସେପ୍ଟେମ୍ବର ଶେଷ ଆଡକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଖାପାଖି ୨୮ ସେପ୍ଟେମ୍ବର ଆଡକୁ ଅବପାତର ରୂପ ନେବା ସହ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି ।

cyclone

ସେହିପରି ୨୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତ ସୃଷ୍ଟି ହେବ । ଏହା ଆହୁରି ଘନିଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ।

୧୯୯୯ ମହାବାତ୍ୟା, ୨୦୨୩ ଫାଇଲିନ ଆଦି ବାତ୍ୟା ଅକ୍ଟୋବାର ମାସରେ ହୋଇଛି । ତେଣୁ ଅକ୍ଟୋବରେ ଆଉ ଏକ ବାତ୍ୟା ଆସିପାରେ ବୋଲି କୁହାଯାଉଛି । ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ କଣ ରହିବ ଏ-ପର୍ଯ୍ୟନ୍ତ କୌଣସି ଚିତ୍ର ସ୍ପଷ୍ଟ ହୋଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+