ଆଖି ଦେଖାଇଲା ‘ଅସାନି’, ପୁରୀଠୁ ୫୭୦କିମି ଦୂରରେ ବାତ୍ୟା
ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ଅସାନି’ ଆଖି ଦୃଶ୍ୟମାନ ହୋଇଛି । ଆଜି ସକାଳ ୯ଟାରେ ମଛଲୀପାଟନମ ଡପଲର ରାଡାରରେ ଠାବ ହୋଇଛି ‘ଅସାନି’ର ଆଖି ।
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା 'ଅସାନି' ଆଖି ଦୃଶ୍ୟମାନ ହୋଇଛି । ଆଜି ସକାଳ ୯ଟାରେ ମଛଲୀପାଟନମ ଡପଲର ରାଡାରରେ ଠାବ ହୋଇଛି 'ଅସାନି'ର ଆଖି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ 'ଅସାନି' ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଓ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ବର୍ତ୍ତମାନ ଏହାର ଗତି ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ରହିଛି।
ଆଜି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବା ପରେ ରିକର୍ଭ କରି ଉତ୍ତର- ଉତ୍ତର-ପୂର୍ବ ଦିଗରେ ଗତି କରିବ । ଉପକୂଳରେ ଅତିକ୍ରମ କରିବା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଝଟକା ପବନ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି କୁହାଯାଇଛି ।












Click it and Unblock the Notifications