୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ! ଅକ୍ଟୋବର ଶେଷରେ ଓଡ଼ିଶାରେ ପଡ଼ିପାରେ ଲା ନିନାର ପ୍ରଭାବ
୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା! ୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା। ଅକ୍ଟୋବର ଶେଷରେ ଓଡ଼ିଶାରେ ପଡ଼ିପାରେ ଲା ନିନାର ପ୍ରଭାବ। ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏ ଜଳବାୟୁ ପ୍ରକ୍ରିୟା ଲାନିନାର ସକ୍ରିୟତା ଚିନ୍ତା ବଢାଇଛି । ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜର ରହିଛି ।
ଆଉ ଅଳ୍ପଦିନ ପରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି। ନେଗେଟିଭ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ। ତେବେ ଅକ୍ଟୋବର ମାସରେ ବାତ୍ୟା ଭୟ ରହିଥାଏ।













Click it and Unblock the Notifications