ପୁଣି ଘନେଇଲାଣି ବାତ୍ୟା ଭୟ । ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା !

ପୁଣି ଘନେଇଲାଣି ବାତ୍ୟା ଭୟ । ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା ! ନିକଟରେ ଓଡ଼ିଶା ଉପକୂଳରେ ମାଡ ହୋଇଥିଲା ଭୀଷଣ ସାମୁଦ୍ରିକ ଝଡ 'ଦାନା'। ତେବେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଏବେ ଆଉ ଏକ ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା IMD ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ପରେ ୨୨ ଓ ୨୩ ତାରିଖରେ ଏହା ଅଧିକ ଘନିଭୂତ ହୋଇପାରେ । ବର୍ତ୍ତମାନ ରାଜ୍ୟରେ ଧାନ କଟା ଆରମ୍ଭ ହୋଇସାରିଥିବା ବେଳେ ପାଣିପାଗକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଲଘୁଚାପର ଗତି ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ରହିବ । IMD ପୂର୍ବାନୁମାନ କରିଛି ଯେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇପାରେ ।

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ତାହା କ୍ରମଶ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ତେବେ ଲଘୁଚାପ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଶ୍ରୀଲଙ୍କା ଓ ଦକ୍ଷିଣ ଭାରତରେ ଆସନ୍ତା ସପ୍ତାହ ମଧ୍ୟ ଭାଗରେ ପ୍ରଭାବ ପକାଇବ ବୋଲି ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ଆକଳନ କରିଛନ୍ତି ।

ତେବେ ପ୍ରାଥମିକ ଆକଳନ ଅନୁଯାୟୀ ଏହା ତାମିଲନାଡୁ-ଶ୍ରୀଲଙ୍କା ଉପକୂଳ ଛୁଇଁପାରେ । ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ସେ ନେଇ ଏବେ ଠାରୁ ପୂର୍ବାନୁମାନ କରାଯାଇ ନାହିଁ ।

କମୁଛି ତାପମାତ୍ରା:

ଖସୁଛି ପାରଦ,ବଢ଼ୁଛି ଶୀତ । ସାରା ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରୀ । ତଳମୁହାଁ ରାତି ତାପମାତ୍ରା । ୫ ଡିଗ୍ରୀ ଯାଏ ବିଭିନ୍ନ ସ୍ଥାନରେ ହ୍ରାସ ପାଇଛି ବା ତଳମୁହାଁ ହୋଇଛି ତାପମାତ୍ରା । ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତାର ପ୍ରକୋପ ବଢ଼ୁଥିବାରୁ ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ିପାରେ । ସେହିପରି ଅନେକ ଜିଲ୍ଲାରେ କୁହୁଡ଼ି ହେବ ।

ଏହି ଜିଲ୍ଲାରେ ହେବ କୁହୁଡ଼ି:

ଗତ କିଛିଦିନ ଧରି ରାଜ୍ୟରେ ଅନେକ ଅଞ୍ଚଳରେ କୁହୁଡ଼ି ଦୃଶ୍ୟ ମାନ ହୋଇଥିବା ବେଳେ ଆଗକୁ ମଧ୍ୟ କୁହୁଡ଼ି ଲାଗି ରହିବ । ଆଗାମୀ ୨ ଦିନରେ ଓଡିଶାର ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଗୁଡ଼ିକର ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହପିର ଡିସେମ୍ବର ଓ ଜାନୁଆରୀ ମାସରେ ଶୀତ ପରିମାଣ ବଢିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+