କିଛି ଘଣ୍ଟାରେ ବାତ୍ୟା: ସାରା ଓଡ଼ିଶାକୁ ବର୍ଷା ୱାର୍ଣ୍ଣିଂ

ବାତ୍ୟା 'ମୋନ୍ଥା' ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ୩୦ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶା ଓ ଉପକୂଳକୁ ୱାର୍ଣ୍ଣିଂ ଜାରି । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ। କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳକୁ ବି ଅରେଞ୍ଜ ୱାର୍ଣ୍ଣିଂ
। କାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମକୁ ରେଡ୍ ୱାର୍ଣ୍ଣିଂ। ୨୯ ତାରିଖ ପାଇଁ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ।

ବାତ୍ୟା ଆସୁଛି, ଭୟ ବଢ଼ାଇଛି। ବଙ୍ଗୋପସାଗରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି ଗଭୀର ଅବପାତ। ଆସନ୍ତା କିଛି ଘଣ୍ଟାରେ ହେବ ସାଇକ୍ଲୋନ୍। ଏବେ ଡିପ୍ ଡିପ୍ରେସନ୍ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଗଭୀର ଅବପାତ ଆନ୍ଧ୍ରପ୍ରଦେଶ କାକିନାଡାରୁ ୭୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଗୋପାଳପୁରଠାରୁ ୯୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି।

Cyclone in a few hours Rain warning issued for entire Odisha

ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବ। ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଆସନ୍ତା ୧୨ ଘଣ୍ଟାରେ ନେବ ବାତ୍ୟା ମୋନ୍ଥାର ରୂପ। ସ୍ଥଳଭାଗକୁ ଆସିବା ପୂର୍ବରୁ ଏହା ସିଭିଅନ୍ ସାଇକ୍ଲୋନ ହେବ। ୨୮ ତାରିଖ ସକାଳେ ହେବ ଭୀଷଣ ବାତ୍ୟା। ସେଦିନ ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ର ଉପକୂଳକୁ ମାଡ଼ି ଆସିବ।
ମଛଲିପଟନମ୍ ଓ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ସାଇକ୍ଲୋନ୍ ମୋନ୍ଥା ସ୍ଥଳଭାଗ ଅତିକ୍ରମ କରିବ। ସେତେବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ। ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ। କାଲିଠୁ ଆନ୍ଧ୍ର ଉପକୂଳରେ ଦେଖିବାକୁ ମିଳିପାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ। ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ୨୮ ସକାଳୁ ବଢ଼ିବ ପବନ।
• କିଛି ଘଣ୍ଟାରେ ହେବ ବାତ୍ୟା
• ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ
• ଆସନ୍ତା ୧୨ ଘଣ୍ଟାରେ ହେବ ସାଇକ୍ଲୋନ୍
• ଡିପ୍ ଡିପ୍ରେସନ୍ ଘଣ୍ଟାପ୍ରତି ୮ କିମି ବେଗରେ ବଢୁଛି
• କାକିନାଡାରୁ ୭୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ
• ଗୋପାଳପୁରଠାରୁ ୯୦୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ
• ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବ
• ଆସନ୍ତା ୧୨ ଘଣ୍ଟାରେ ହେବ ବାତ୍ୟା 'ମୋନ୍ଥା'
• ସ୍ଥଳଭାଗ ଆସିବା ପୂର୍ବରୁ ସିଭିଅନ୍ ସାଇକ୍ଲୋନ ହେବ
• ୨୮ ସକାଳେ ଭୀଷଣ ରୂପ ଧାରଣ କରିବ ସାଇକ୍ଲୋନ୍
• ୨୮ ତାରିଖ ସନ୍ଧ୍ୟାରେ ଆନ୍ଧ୍ର ଉପକୂଳକୁ ମାଡ଼ି ଆସିବ
• ୨୮ ସନ୍ଧ୍ୟାରୁ ରାତି ଭିତରେ କାକିନାଡ଼ା ପାଖରେ ଲ୍ୟାଣ୍ଡଫଲ୍
• ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିମି ରହିବ
• ଝଟକା ପବନ ୧୧୦ କିମି ଯାଏଁ ବଢ଼ିପାରେ
• କାଲିଠୁ ଆନ୍ଧ୍ର ଉପକୂଳରେ ଦେଖିବାକୁ ମିଳିବ ପ୍ରଭାବ
• ଆଇଏମଡି ଡିଜିଙ୍କ ଆକଳନ- ୯୦ରୁ ୧୧୦ କିମି ବେଗରେ ପବନ
• ମଙ୍ଗଳବାର ଏବଂ ବୁଧବାର ସାରା ଓଡ଼ିଶାକୁ ବର୍ଷା ୱାର୍ଣ୍ଣିଂ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+