ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ହାମୁନ’; ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା !
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ହାମୁନ' । ପଶ୍ଚିମକେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ। ଆଗାମୀ ୧୨ ଘଣ୍ଟାରେ ଆହୁରି ଘନୀଭୂତ ହେବା ଆଶଙ୍କା ରହିଛି । ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ସମ୍ଭାବନା ରହିଛି ।
କ୍ରମେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ 'ହାମୁନ୍' । ୨୫ ତାରିଖରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ । ବାଂଲାଦେଶର ଖେପୁପରା ଓ ଚିଟାଗଙ୍ଗ ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ।
ପାରାଦ୍ୱୀପ ଡପ୍ଲର ରାଡ଼ାରରେ ବାତ୍ୟା "ହାମୁନ" । ବାତ୍ୟା ସହ ଜଡିତ ମେଘ ସମୂହ ସହ ଏଥିରେ ଦୃଶ୍ୟମାନ ହେଉଛି ବାତ୍ୟା । ସକ୍ରିୟ ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କୋହୋଲା ପାଗ ସହ ବର୍ଷା ଜାରି ରହିଛି ।

ଆଜି ଦିନ ୨ ଟା ୩୦ ସୁଦ୍ଧା ପାରାଦ୍ୱୀପରେ ସର୍ବାଧିକ ୪୮.୭ ମିମି ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲି ୧୦.୮ ମିମି ଏବଂ ବାଲେଶ୍ୱରରେ ୨.୮ ମିମି ବର୍ଷା ରେକର୍ଡ ହୋଇଛି ।
ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପୁରୀ (ସିଗ୍ନାଲ ପୋର୍ଟ), ପାରାଦ୍ୱୀପ ଏବଂ ଧାମରା ପାଇଁ ବିପଦ ସଂକେତ ୩- ଜାରି କରାଯାଇଛି ।ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ।
ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପଗ ବିଭାଗର ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହି ବାତ୍ୟା ବାଂଲା ଦେଶ ଉପକୂଳ ଯିବ ତେଣୁ ଓଡିଶାକୁ ସିଧାସଳଖ କୌଣସି ଭୟ ନାହିଁ ।
ସ୍ଥଳଭାଗ ଛୁଇଁଲା ବେଳକୁ ଏହି ବାତ୍ୟା ଦୁର୍ବଳ ହୋଇସାରିଥିବ । ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତ ଭାବେ ସ୍ଥଳଭାଗ ଛୁଇଁବ ।
ତେବେ ଉପକୂଳ ଓଡିଶାର ପୂଜା ପେଣ୍ଡାଲଗୁଡ଼ିକୁ ସତର୍କ କଲେ ଆଇଏମ୍ଡି ମହାନିର୍ଦ୍ଦେଶକ । ବାତ୍ୟା ପ୍ରଭାବ ଜନିତ ବର୍ଷା ଓ ହାଲୁକା ପବନ ନେଇ ସତର୍କ କଲେ ଡିଜି। ଉପକୂଳ ଓଡ଼ିଶାର ସମୁଦ୍ରକୂଳରେ ଝଙ୍କାଳିଆ ପବନ ବହିପାରେ । ପାର୍ବଣ ଋତୁ ଚାଲିଥିବାରୁ ବର୍ଷା ପାଇଁ ଅସୁବିଧା ହୋଇପାରେ।












Click it and Unblock the Notifications