Get Updates
Get notified of breaking news, exclusive insights, and must-see stories!

୨/୩ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ବାତ୍ୟା ‘ଗୁଲାବ’

ବାତ୍ୟା ଗୁଲାବ ନେଇ ଏସ୍‌ଆରସିଙ୍କ ପ୍ରେସମିଟ୍ । ଆଗାମୀ ୨/୩ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ବାତ୍ୟା ‘ଗୁଲାବ’ ।

ଭୁବନେଶ୍ୱର: ବାତ୍ୟା ଗୁଲାବ ନେଇ ଏସ୍‌ଆରସିଙ୍କ ପ୍ରେସମିଟ୍ । ଆଗାମୀ ୨/୩ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ବାତ୍ୟା 'ଗୁଲାବ' । ତେବେ ବାତ୍ୟା ପ୍ରଭାବରେ ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ । ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା । ସମସ୍ତ ସ୍ଥାନରେ ମଧ୍ୟମ ହାଲୁକା ବର୍ଷା ହୋଇଛି । ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ ୧୪୮ ମିଲି ମିଟର ବର୍ଷା ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା ।

Cyclone Gulab

ମାଲକାନଗିରି ଜିଲ୍ଲାରେ ୫୦ରୁ ୬୦ଗଛ ଉପୁଡ଼ି ପଡ଼ିଥିଲା ଏବେ ସେହି ସ୍ଥାନରୁ ପୁନଃରୁଦ୍ଧାର କରାଯାଇଛି । କୋରାପୁଟରେ ଭୂସ୍ଖଳନ ହୋଇଥିଲା ସେଠାରେ ବି କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

ଜିଲ୍ଲାପାଳ ମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯିବ ସେମାନେ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବେ । ସର୍ବମୋଟ ୪୬ ହଜାର ୭୫ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୧୮୯ଟି ସେଲଟର ସେମାନଙ୍କୁ ରଖାଯାଇଥିଲା । ୧୫୩୩ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ଅନ୍ୟପଟେ ମାଲକାନଗିରି ଏବେ ବି ବର୍ଷା ଜାରି ରହିଛି କିନ୍ତୁ ବିଶେଷ କ୍ଷତି ହେବନି, ତଥାପି ଆମେ ସବୁବେଳେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛୁ । ସବୁର ସ୍ଥିତି ଉପରେ ଆମେ ନଜର ରଖିଛୁ । ତେବେ ବିଦ୍ୟୁତ୍ ଜନିତ କ୍ଷୟକ୍ଷତିର ଖବର ଆସିନଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+