ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରଭାବରେ ୨୨ ବେଳକୁ ଲଘୁଚାପ କ୍ଷେତ୍ର
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ୨୨ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ । ବାତ୍ୟା ହେଲେ ଉତ୍ତର ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ମାଡ଼ ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ । ଏବେ ଧାନ ପାଚୁଥିବାରୁ ବର୍ଷା ହେଲେ ଫସଲ ନଷ୍ଟ ହେବା ଚିନ୍ତାରେ ଚାଷୀ ।

ରାଜଧାନୀ ଭୁବନେଶ୍ୱରରେ ଶୀତ କମିବା ସହ ୨ ଦିନ ମଧ୍ୟରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇଛି। ହେଲେ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଏବେ ରାଜଧାନୀରୁ ଏବେ ଶୀତ ଗାଏବ ହୋଇଯାଇଛି।
ରାତିରେ ତାପମାତ୍ରା ବଢିବା ସହ ୧୮ ଓ ୧୯ ତାରିଖରେ ରାଜଧାନୀରେ ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ବେଳେ ଏବେ ହଠାତ ଆକାଶରେ ବାଦଲ ଦେଖିବାକୁ ମିଳିଛି। ଏହା ଦ୍ବାରା ଭୁବନେଶ୍ବରରେ ରାତି ତାପମାତ୍ରା ବିଢିଛି। ତେବେ ୨ ଦିନ ଭିତରେ ରାଜଧାନୀରେ ତାପମାତ୍ରା ବୃଦ୍ଧି ଘଟିଛି।












Click it and Unblock the Notifications